ସୁପର ସନଡେରେ ଦେଖିବାକୁ ମିଳିଥିଲା ଟିମ ଇଣ୍ଡିଆର ସୁପର ଶୋ । ମାନଚେଷ୍ଟରରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପାକିସ୍ତାନକୁ ୮୯ ରନରେ ପରାସ୍ତ କରି ବିଜୟ ହାସଲ କରିଛି କୋହିଲୀ ବାହିନୀ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ହୋଇ ଅପରାଜେୟ ଧାରାକୁ ଅତୁଟ ରଖିଛି । ଏଥିସହ ପାକିସ୍ତାନ ବିପକ୍ଷ ବିଶ୍ୱକପ ବିଜୟ ସଂଖ୍ୟାକୁ ୭-୦କୁ ବଢାଇ ଦେଇଛି । ବର୍ଷା ବାଧିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୩୬ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଧମାକାଦାର ୧୪୦ରନ କରିଥିଲେ । ତେବେ ବର୍ଷା ଯୋଗୁଁ ଡକୱର୍ଥ-ଲୁଇସ ନିୟମ ଅନୁସାରେ ପାକିସ୍ତାନକୁ ୪୦ ଓଭରରେ ୩୦୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଯାହାକୁ ପିଛା କରି ପାକିସ୍ତାନ ୨୧୨ ରନ କରି ପରାଜୟ ମୁହଁ ଦେଖିବାକୁ ପଡିଥିଲା ।
Shoaib Malik imad wasim imamul haq with women
other team players was smoking Sheesha 7 hours before the start of match against India...Very great performance @76Shadabkhan@SarfarazA_54@realshoaibmalik@simadwasim#PakvsInd#SarfarazAhmedpic.twitter.com/CRc4Xm7cBR— Mei Hon Na ❤ (@me_shihzadi) June 16, 2019
ବିଶ୍ୱକପ ଲଢେଇରେ ସର୍ଫରାଜ ବାହିନୀଙ୍କର ବାରମ୍ବାର ନିରାଶଜନକ ପ୍ରଦର୍ଶନକୁ ନେଇ ପାକିସ୍ତାନରେ ଦେଖିବାକୁ ମିଳିଛି ଟୁଇଟର ୱାର । ଖାଲି ୱାର ନୁହେଁ ବରଂ ଖେଳିବା ପୂର୍ବରୁ ପାକ୍ ଖେଳାଳିମାନେ କିଭଳି ଢଙ୍ଗରେ ନିଜକୁ ପ୍ରସ୍ତୁତ ରଖିଥିଲେ ତାର ଖୁଲିସା ମଧ୍ୟ କରିଛି ଖୋଦ୍ ପାକିସ୍ତାନ ମିଡିଆ । ଭାରତ ସହ ବିଶ୍ୱକପ ଲଢେଇ ପୂର୍ବରୁ ପାକିସ୍ତାନୀ ଖେଳାଳିିମାନେ ସିସା ବାରରେ ନଜର ଆସିଥିଲେ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପାକିସ୍ତାନୀ ଖେଳୀଳିମାନେ ହୁକ୍କା ଟାଣୁଥିବାର ନଜର ଆସିଛନ୍ତି । ତେବେ ଭାଇରାଲ ହୋଇଥିବା ଭିଡିଓରେ ସୋଏବ ମଲିକ ଏବଂ ବାକି ଖେଳାଳିମାନଙ୍କୁ ଦେଖିବାକୁ ମିଳିଛି ।
Affects of sheesha smoking 7 hours before the crucial match 😡 #PakVsInd#PakistanVsIndia
Watch the Video: https://t.co/ca2KtzXr7ipic.twitter.com/LYdywndYOx
— Islamabad 🇵🇰 (@Islaamabad) June 16, 2019
ଭିଡିଓକୁ ଦେଖି ଜଣେ ୟୁଜର ଲେଖିଛନ୍ତି, ସୋଏବ ମଲିକ ଏବଂ ବାକି ପାକିସ୍ତାନୀ ଖେଳାଳିମାନେ ପଡିଆକୁ ଓହ୍ଲାଇବାର ୭ ଘଂଟା ପୂର୍ବରୁ ମାଂଚେଷ୍ଟରର ବିଲ୍ମସଲୋ ରୋଡରେ ଥିବା ଏକ ବାରରେ ବସି ହୁକ୍କା ଟାଣୁଥିବା ନଜର ଆସିଛନ୍ତି । ଏଥି ସହିତ ହିଁ ସେମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ତାକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ଖାଲି ଏତିକି ନୁହେଁ ମ୍ୟାଚ ସମୟରେ ସରଫରାଜଙ୍କୁ ହାଇ ମାରିବାର ବି ଦେଖିବାକୁ ମିଳିଥିଲା ତେବେ ଭାରତଠାରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ପାକିସ୍ତାନୀ ମିଡିଆ ଏହି ଭିଡିଓକୁ ଲାଇଭ ଚଲାଇ ଖେଳାଳିମାନଙ୍କୁ ଖୁବ୍ ସମାଲୋଚନା କରିଛି ।