ରିମାଣ୍ଡର ଶେଷ ଦିନରେ ସତ ଓଗାଳିଲା ସେକ୍ସ ସର୍ଦ୍ଦାର ସୁନିଲ ମେହେର । ମାନିଲା କାହା କାହାକୁ ଯୋଗାଉଥିଲା କେତେ ଭେରାଇଟିର କଲଗାର୍ଲ । ଆଉ କାହାକୁ କେବେ କେତେ ଯୁବତୀ ଯୋଗାଇଛି ତାର ତାଲିକା ଲାଗିଛି ପୁଲିସ ହାତରେ । ଏହାସହ ପୁଲିସ ଏକାଉଁଟ ଯାଂଚ ବେଳେ, ପୁଲିସ ହାତରେ ଲାଗିଛି ଡାଇମଣ୍ଡ ମର୍ଚାଂଟଙ୍କ ତାଲିକା ।
ଅନ୍ୟପଟେ ସୁନିଲ ନିକଟରୁ ସିଜ ହୋଇଥିବା ବିଭିନ୍ନ ବ୍ୟାଙ୍କ ଏକାଉଁଟକୁ ନେଇ ଛାନଭିନ ବେଳେ, ସୁନିଲର ବ୍ୟାଙ୍କ ଏକାଉଁଟକୁ କିଛି ଡାଇମଣ୍ଡ ମର୍ଚାଂଡଙ୍କ ଏକାଉଁଟରୁ ଟ୍ରାନଜାକସନ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ସୁନିଲର ଏକାଉଁଟକୁ ଦିଲ୍ଲୀ, ସୁରତ, ଅହମଦାବାଦ ଆଦି ଅଂଚଳରୁ ଲକ୍ଷାଧିକ ଟଙ୍କା ଟ୍ରାନଜାକସନ ହୋଇଛି । ତେବେ ଏହି ମର୍ଚାଂଡ ଓ ସୁନିଲରର ଆସୋସିଏଟ ମାନଙ୍କ ପାଖରେ ପହଂଚିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ପୁଲିସ କହିଛନ୍ତି କମିସନର । ତେବେ ସେକ୍ସ ସର୍ଦାର ସୁନିଲ ମେହେର ନାମରେ ଥିବା ୯ ମାମଲାର ଜାମିନ ଖାରଜ ପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ପୁଲିସ ଆବେଦନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/04/Paid-girl-frnd-1.png)