କନକ ବ୍ୟୁରୋ : ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ମୁଣ୍ଡ ଉଚ୍ଚା କରିଛି ଓଡ଼ିଶା । ଆଉ ରାଜ୍ୟ ପାଇଁ ଏହି ଗର୍ବ ଓ ଗୌରବ ଆଣି ଦେଇଛନ୍ତି ପଦ୍ମାଳୟା ନନ୍ଦ । ଲିଟିଲ୍ ମିସ୍ ୟୁନିଭର୍ସ ୨୦୧୭ରେ ୩ଟି ବିଭାଗରେ ସମ୍ମାନିତ ହୋଇଛନ୍ତି ଓଡ଼ିଆ ଝିଅ ପଦ୍ମାଳୟା । ଜର୍ଜିଆଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଲିଟିଲ୍ ମିସ୍ ୟୁନିଭର୍ସ ଇଂଟରନେଟ୍ ୨୦୧୭ରେ ପଦ୍ମାଳୟା ବିଜୟୀ ହୋଇଛନ୍ତି । ଏଥିପାଇଁ ତାଙ୍କୁ ଗୋଲଡେନ୍ କ୍ରାଉନ୍ ମିଳିଛି । ଏହାସହ ପଦ୍ମାଳୟା ଲିଟିଲ୍ ମିସ୍ ୟୁନିଭର୍ସ ଗ୍ରାନ୍ ପ୍ରିକ୍ସ ଓ ଲିଟିଲ୍ ମିସ୍ ଆକ୍ଟ୍ରେସ ବର୍ଗରେ ମଧ୍ୟ ବିଜୟୀ ହୋଇଛନ୍ତି । ତେବେ ମିସ୍ କଜାକସ୍ତାନ ଡାଏନା ଲିଟିଲ୍ ମିସ୍ ୟୁନିଭର୍ସ ବିଜେତା ଘୋଷିତ ହୋଇଛନ୍ତି ।
ଗୌରବ ଆଣିଲେ ଓଡ଼ିଆ ଝିଅ ! ଲିଟିଲ୍ ମିସ୍ ୟୁନିଭର୍ସ ୨୦୧୭ରେ ୩ଟି ବିଭାଗରେ ସମ୍ମାନିତ ହେଲେ ପଦ୍ମାଳୟା ନନ୍ଦ
/kanak/media/post_attachments/wp-content/uploads/2017/06/DBig2k7UAAAmVm0.jpg)