ପାଢୀ ଟ୍ୟୁଟୋରିଆଲ ମାଲିକ ମୃତ : ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଜାନକୀ ବଲ୍ଲଭ ପାଢୀଙ୍କ ମୃତଦେହ ଉଦ୍ଧାର

112

କନକ ବ୍ୟୁରୋ : ପାଢୀ ଟ୍ୟୁଟୋରିଆଲ ମାଲିକଙ୍କ ସନ୍ଦେହଜନକ ମୃତ୍ୟୁ । ଜାନକୀ ବଲ୍ଲଭ ପାଢୀଙ୍କ ମୃତଦେହ ତାଙ୍କ ନିଜ ଘରୁ ଉଦ୍ଧାର ହୋଇଛି । ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣା ସ୍ଥିତ ବସନ୍ତ ବିହାର ପ୍ଲଟ ୫୫ ନମ୍ବର ବାସଭବନରୁ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ବଡଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଜାନକୀ ବଲ୍ଲଭ ଋଣଭାର ଯୋଗୁଁ ଚିନ୍ତାରେ ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ତେବେ ତାଙ୍କ ଘରୁ ୧୦ ପୃଷ୍ଠାର ସୁଇସାଇଡ୍ ନୋଟ ଜବତ କରିଛି ପୁଲିସ ।