ସରିଲାଣି ଅମଳ ହେଲେ ଏଯାଏ ଖୋଲିନି ମଣ୍ଡି ! ସୁନ୍ଦରଗଡରେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ଚିନ୍ତା

ଧାନର ଅଭାବୀ ବିକ୍ର୍ରି ନେଇ ଆଶଙ୍କା

127

କନକ ବ୍ୟୁରୋ: ସୁନ୍ଦରଗଡରେ ଧାନର ଅଭାବି ବିକ୍ରି । ଧାନ ଅମଳ ସରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ନା ମଣ୍ଡି ଖୋଲିଛି ନା ଚାଷୀ ଧାନ ବିକ୍ରି କରିପାରୁଛି । ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାବେଳେ ଚାଷୀ ଦଲାଲଙ୍କ ଠକାମିର ଶୀକାର ହେଉଛନ୍ତି । ନଭେମ୍ବର ୨୫ରୁ ଜିଲ୍ଲାରେ ଧାନ କିଣାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଥିଲା । କିନ୍ତୁ କାଁ ଭାଁ ଗୋଟିଏ ଦୁଇଟି ମଣ୍ଡି ଖୋଲିଥିବାେବେଳେ ଅଧିକାଂଶ ମଣ୍ଡି ଏଯାଏଁ ଖୋଲିନାହିଁ ।

ମଣ୍ଡିର ଅବ୍ୟବସ୍ଥାକୁ ନେଇ ଚାଷୀ ଘାଂଟି ହେଉଥିବାବେଳେ ଟୋକନ ବ୍ୟବସ୍ଥା ଆହୁରି ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି ।ଅଧିକାଂଶ ଚାଷୀ ଟୋକନ ବ୍ୟବସ୍ଥ୍ା ଉପରେ ଜାଣିନଥିବା ଅଭିଯୋଗ କରିଛନ୍ତି । ଚଳିତବର୍ଷ ୧୧ଲକ୍ଷ କ୍ୱିଂଟାଲ ଧାନ କିଣାଯିବ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୪୯ପ୍ରତିଶତ ଚାଷୀ ପଂଜିକୃତ ହୋଇଛନ୍ତି । ଏହି ଚାଷୀଙ୍କ ଧାନ ୪୩ଟି ଲ୍ୟାମ୍ପସ ଜରିଆରେ ୧୪ଜଣ ମିଲର କିଣିବାର ଧାର୍ଯ୍ୟ ହୋଇଛି । କିନ୍ତୁ ଠିକ ସମୟରେ ମଣ୍ଡି ନଖୋଲିବା ଯୋଗୁଁ ଚାଷୀ ଅଭାବି ବିକ୍ରିର ଆଶଙ୍କା କରୁଛନ୍ତି ।