ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ କଲା ସିବିଆଇ, କାଲି ସିବିଆଇ କୋର୍ଟରେ କରାଯିବ ହାଜର ।

491

କନକ ବ୍ୟୁରୋ : ପି.ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ । ଚିଦାମ୍ବରମଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କୁ ହେପାଜତରେ ନେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିଛି । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ସିବିଆଇ ଜେପାଜତକୁ ନେଇଥିଲା । ତେବେ ଆସନ୍ତାକାଲି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ । ଆଜି ରାତିରେ ସିବିଆଇ ମଯେକୌଣସି ମୁହୂର୍ତରେ ପୂର୍ବତନ ମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଶେଷରେ ତାଙ୍କୁ ଗିରଫ କରିଛି ସିବିଆଇ ।

ଆଇଏନ୍ଏକ୍ସ ମିଡିଆ ଲାଂଚ ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟ, ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ନୋଟିସ ପରେ ଚିଦାମ୍ବରମ ଆଉ, ଦେଶ ବାହାରକୁ ଯାଇପାରିବେ ନାହିଁ । ଏପରିକି ଏହି ନୋଟିସ୍ ବଳରେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରିବ ବୋଲି କୁହାଯାଉଥିଲା । ସେପଟେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ବରମ୍ । ତେବେ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।