ଧନୀ ଗରିବର ସାଂଘାତିକ ସତ ! ମାତ୍ର ୧ ପ୍ରତିଶତ ଧନୀଙ୍କ ନିକଟରେ ଦେଶର ୭୩ ପ୍ରତିଶତ ଧନ

72

କନକ ବ୍ୟୁରୋ : ବଢ଼ୁଛି ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ । ଧନୀ ଦିନକୁ ଦିନ ବେଶୀ ଧନୀ ହେଉଥିବାବେଳେ ଗରିବ ଆହୁରି ଗରିବ ହେଉଛି । ଏଭଳି ସାଂଘାତିକ ରିପୋର୍ଟ ପ୍ରକାଶ କରିଛି ଇଂଟରନ୍ୟାସନାଲ୍ ରାଇଟ୍ ଗ୍ରୁପ୍ ଅକ୍ସଫାମ୍ । ରିପୋର୍ଟ ଅନୁଯାୟୀ ଶେଷ ବର୍ଷରେ ଭାରତରେ ଆୟ ହୋଇଥିବା ମୋଟ୍ ସମ୍ପତିର ୭୩ ପ୍ରତିଶତ ମାତ୍ର ଏକ ପ୍ରତିଶତ ଲୋକଙ୍କ ପାଖକୁ ଯାଇଛି ।

Poor-Rich-divideଅନ୍ୟପଟେ ଭାରତ ଜନସଂଖ୍ୟାର ପ୍ରାୟ ୬୭କୋଟି ଲୋକ ବା ଅଧା ଲୋକଙ୍କର ସମ୍ପତି ଏହି ସମୟରେ ମାତ୍ର ଏକ ପ୍ରତିଶତ ବୃଦ୍ଧି ପାଇଛି । ଏଥିରୁ ସ୍ପଷ୍ଟ ହୋଇଛିି ଯେ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅକ୍ସଫାମର ଗତ ବର୍ଷର ସର୍ଭେ ଅନୁସାରେ ଦେଶର ମୋଟ୍ ସମ୍ପତିର ୫୮ ପ୍ରତିଶତ ସମ୍ପତି ମାତ୍ର ଏକ ପ୍ରତିଶତ ଲୋକଙ୍କ ପାଖରେ ରହିଛି । କେବଳ ୨୦୧୭ ବର୍ଷରେ ଭାରତର ଏକ ପ୍ରତିଶତ ଧନୀଙ୍କ ସମ୍ପତିରେ ୨୦ଦଶମିକ ୯ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ଯାହାକି କେନ୍ଦ୍ର ସରକାରଙ୍କ ୨୦୧୭-୧୮ ବଜେଟ ସହ ପ୍ରାୟ ସମାନ ।

ତେବେ ଏଭଳି ପରିସ୍ଥିତି କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଧନୀ ଓ ଗରିବଙ୍କ ମଧ୍ୟରେ ଅସମାନତା ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ବିଶ୍ୱର ପ୍ରାୟ ୩.୭ଆରବ ଲୋକଙ୍କର ସମ୍ପତିରେ କୌଣସି ବୃଦ୍ଧି ପାଇ ନାହିଁ । ଅକ୍ସଫାମ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଉପରେ ପ୍ରତିବର୍ଷ ବିଶ୍ୱ ଅର୍ଥନୈତିକ ସମ୍ମିଟରେ ଆଲୋଚନା ହୋଇଥାଏ । ତେଣୁ ଆସନ୍ତାକାଲି ହେବାକୁ ଥିବା ସମ୍ମିଳନୀରେ ମଧ୍ୟ ଏହା ଉପରେ ଆଲୋଚନା ହୋଇପାରେ ।