ଆବଶ୍ୟକତା ଠାରୁ ଅଧିକ ଶୋଉଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ : ହୋଇପାରେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା

69

ଆମେ ସମସ୍ତେ ଜାଣିଛେ ନିଜକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନିଦ ଆବଶ୍ୟକ । କିନ୍ତୁ ସେଇଠି କିଛି ଲୋକ ଭାବନ୍ତି କି ସେମାନେ ଯେତେ ଅଧିକ ଶୋଇବେ, ତାଙ୍କ ସ୍ୱାସ୍ଥ୍ୟ ସେତେ ଭଲ ହେବ । ଯଦି ଆପଣ ବି ସେମିତି ଚିନ୍ତାଧାରା ରଖୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ । ଆବଶ୍ୟକତା ଠାରୁ ଅଧିକ ନିଦ ବି ଶରୀର ଉପରେ ବିପରୀତ ପ୍ରଭାବ ପକାଏ । କେବଳ ସେତିକି ନୁହେଁ, ଅନେକ ରୋଗରେ ପଡିବାର ସମ୍ଭାବନା ମଧ୍ୟ ଅଛି । ତେବେ ଆସନ୍ତୁ ଜାଣିବା ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ୱାରା ହେଉଥିବା କ୍ଷତି ।

ଲଗାତାର ଓଜନ ବଢ଼ିବା : ଯଦି ଆପଣଙ୍କ ଲଗାତାର ଓଜନ ବଢ଼ୁଛି, ତେବେ ଏହା ଜରୁରୀ ନୁହେଁ ଯେ ଆପଣଙ୍କ ଖାଦ୍ୟପାନୀୟ ଏହା ପାଇଁ ଦାୟୀ । ଆପଣଙ୍କ ନିଦ ବି ଆପଣଙ୍କ ଓଜନ ବଢ଼ାଇପାରେ । ଶୋଇବା କାରଣରୁ ବହୁତ କମ୍ ଉର୍ଜ୍ଜା ସରେ, ଯଦ୍ୱାରା କମ୍ କ୍ୟାଲୋରୀ ବର୍ଣ୍ଣ ହୁଏ ଓ ଆପଣଙ୍କ ଓଜନ ଧିରେ ଧିରେ ବଢ଼ିଯାଏ ।

ଅଣ୍ଟା ବିନ୍ଧା : ଯାହାଙ୍କର ପିଠିରେ ଅଧିକ ବ୍ୟଥା ହେବାର ସମସ୍ୟା ଥାଏ, ସେମାନଙ୍କୁ ବି ଅଧିକ ଶୋଇବା ଉଚିତ୍ ନୁହେଁ । ଯେତେବେଳେ ଆପଣ ଅଧିକ ସମୟ ଶୋଉଛନ୍ତି, ତେବେ ଆପଣଙ୍କ ମାଂସପେଶୀରେ ଷ୍ଟିଫନେସ୍ ଆସିଯାଏ, ଯାହା ଆପଣଙ୍କ ପିଠି ବ୍ୟଥା ହେବାର କାରଣ ପାଲଟେ ।

ମୁଣ୍ଡ ବ୍ୟଥା ହେବା : କିଛି ଲୋକ ଯେତେବେଳେ ସକାଳୁ ଉଠନ୍ତି, ସେମାନଙ୍କର ମୁଣ୍ଡବ୍ୟଥା ହୁଏ । ଏହା ଅତ୍ୟଧିକ ଶୋଇବା ଦ୍ୱାରା ମଧ୍ୟ ହୋଇଥାଏ । ଓଭରସ୍ଲିପିଙ୍ଗ ସେରୋଟୋନିନ୍ ନାମକ ନ୍ୟୁରୋଟ୍ରାନ୍ସମିଟରର କାର୍ଯ୍ୟରେ ବ୍ୟବଧାନ ଉତ୍ପନ୍ନ କରେ, ଯାହା କାରଣରୁ ଆପଣଙ୍କୁ ମୁଣ୍ଡବ୍ୟଥାର ସମସ୍ୟା ହୁଏ ।