ରାସ୍ତାରେ ଫୋପାଡ଼ି ଦେଲେ ଟ୍ରାକ୍ଟର ବୋଝେଇ ଭାତ । ନଷ୍ଟ ହେଲା ୨୫୦୦ ମିଲ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ! 

ଆହାର କେନ୍ଦ୍ରରେ ଯେତିକି ପରିମାଣର ଆହାର ପ୍ରସ୍ତୁତ ହୋଇଥିଲା ସେହି ଅନୁପାତରେ ଲୋକେ ଆସିନଥିଲେ । ଫଳରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଫିଙ୍ଗି ଦିଆଯାଇଥିଲା ।

254

କନକ ବ୍ୟୁରୋ: ଟ୍ରାକ୍ଟରରେ ଫୋପଡା ହୋଇଛି ଗରିବ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ଆହାର । ଆହାର କେନ୍ଦ୍ରରେ ଯେତିକି ପରିମାଣର ଆହାର ପ୍ରସ୍ତୁତ ହୋଇଥିବା ସେହି ଅନୁପାତରେ ଲୋକେ ଆସିନଥିଲେ । ଫଳରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଫିଙ୍ଗି ଦିଆଯାଇଥିଲା ।

ଏହା ବିଶ୍ୱାସ ହେଉନଥିଲେ ବି ସତ । ଏକ ଟ୍ରାକ୍ଟରରେ ଆହାର ଖାଦ୍ୟ ଭର୍ତି କରି ନିଆଯାଉଛି ଫୋପାଡିବାପାଇଁ । ଗତ ୭, ୮ ଏବଂ ୯ ତାରିଖରେ ସମ୍ବଲପୁରରେ ଓକିଲ ସଂଘ ଏବଂ ଟ୍ରେଡ ୟୁନିଅନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାରୁ ଆହାର କେନ୍ଦ୍ରକୁ ଆସିଲେନି ଆବଶ୍ୟକ ଲୋକେ  । ଆଉ ନଷ୍ଟ ହେଲା ଖାଦ୍ୟ । ଗୋଟିଏ ଦିନରେ ଏହି ଆହାର କେନ୍ଦ୍ରରେ ତିଆରି ହୁଏ ୪୫୦୦ ମିଲ । ୨ ଦିନ ଭାରତ ବନ୍ଦ ଯୋଗୁଁ ପ୍ରାୟ ୨୫୦୦ ମିଲ ନଷ୍ଟ ହୋଇଛି ।

ଆହାର କେନ୍ଦ୍ର ମ୍ୟାନେଜର କହିଛନ୍ତି ଜିଲ୍ଲା ଆହାର ସୋସାଇଟି ପକ୍ଷରୁ କେତେ ମିଲ ପ୍ରସ୍ତୁତ ହେବ ସେନେଇ ଅର୍ଡର ଦିଆଯାଇଥାଏ । ତେବେ ବନ୍ଦ ବେଳେ ୪୫୦୦ରୁ କମ ମିଲ ପ୍ରସ୍ତୁତ କରିବା ପାଇଁ କୌଣସି ନିର୍ଦ୍ଦେଶ ଆସିନଥିଲା । ତେଣୁ କମ ଲୋକ ଆସିବାରୁ ଏତେ ପରିମାଣର ଖାଦ୍ୟ ନଷ୍ଟ ହେଲା ବୋଲି କହିଛନ୍ତି ମ୍ୟାନେଜର । ରୋଷେଇ ଶାଳରୁ ଅଳିଆ ଗଦାକୁ ଯାଉଥିବା ପସାସଢା ଭାତ ଡାଲମା ର ଏ ଦୃଶ୍ୟ ବୟାନ କରୁଛି କିପରି ନଷ୍ଟ ହୋଇଛି ଗରିବଙ୍କ ଖାଦ୍ୟ ।