ନଭେମ୍ବର ୨୧ ସୁଦ୍ଧା ଆସିବ ଓଟିଇଟି ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

ପ୍ରଶ୍ନପତ୍ର ତ୍ରୁଟି ଅନୁଧ୍ୟାନ ପାଇଁ ଗଠିତ ହେବ କଣ୍ଡକ୍ଟିଂ ବୋର୍ଡ; ପରୀକ୍ଷାର୍ଥୀଙ୍କୁ ଫେରାଇ ଦିଆଯିବ ପୁନଃ ଖାତା ମୂଲ୍ୟାୟନ ପାଇଁ ଦେଇଥିବା ଫି

232

କନକ ବ୍ୟୁରୋ: ନଭେମ୍ବର ୨୧ ସୁଦ୍ଧା ପ୍ରକାଶ ପାଇବ ଓଡିଶା ଟିଚର ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା ଫଳ । ଗତକାଲି ବସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ଏଥିସହ ଚଳିତ ବର୍ଷ ଅନଲାଇନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ସ୍ୱୀକାର କରିଛନ୍ତି ମନ୍ତ୍ରୀ ।

ତେବେ ପରୀକ୍ଷାରେ କାହିଁକି ତ୍ରୁଟି ହେଲା, ଗ୍ରେସ ମାର୍କ ଦିଆଯିବ କି ନାହିଁ ସେହି ନିଷ୍ପତି ବୋର୍ଡର କଣ୍ଡକ୍ଟିଂ ବୋର୍ଡ ନେବ ବୋଲି ସୂଚନା ମିଳିଛି । ସେହିଭଳି ଖାତା ରିଚେକିଂ ପରୀକ୍ଷାର୍ଥୀମାନଙ୍କ ଟଙ୍କା ଫେରସ୍ତ କରାଯିବ ।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଓଟିଇଟି ପରୀକ୍ଷା ତ୍ରୁଟି ସଂପର୍କରେ ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିବା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଟିଇଟି ପରୀକ୍ଷା ପାଇଁ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ଅଭିଯୋଗ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ବିଭାଗୀୟ ମନ୍ତ୍ରୀ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।