ଓସ୍କାର ଚିଟଫଣ୍ଡ ଓଲିଉଡ ଲିଙ୍କ ପ୍ରସଙ୍ଗ : ଜେରା ପାଇଁ ଡକା ହୋଇପାରନ୍ତି ଓଲିଉଡ କଳାକାର

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ଓଲିଉଡ ଲିଙ୍କ ପ୍ରସଙ୍ଗରେ ଜେରା ପାଇଁ ଡକା ହୋଇପାରନ୍ତି ଓଲିଉଡ କଳାକାର, ଜେରା ହୋଇପାରନ୍ତି ହାସ୍ୟ ଅଭିନେତା ପପୁ ପମପମ । କ୍ରାଇମବ୍ରାଂଚ ଡାକି କରିପାରେ ପଚରାଉଚରା । ଆଉ କିଛି କଳାକାର ମଧ୍ୟ ଆସିପାରନ୍ତି ତଦନ୍ତ ପରିସରକୁ । ଓସ୍କାର ଓଲିଉଡ ଲିଙ୍କ୍ ନେଇ ଖୁବ ଶୀଘ୍ର ଜେରାର ସମ୍ମୁଖୀନ ହେବେ କଳାକାର । ଜେରା ପାଇଁ ଫିଲ୍ମ କଳାକାରଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି । ଅଭିନେତା ଉତମ ମହାନ୍ତି ଓ ହାସ୍ୟ ଅଭିନେତା ପପୁ ପମପମ ଖୁବ ଶୀଘ୍ର ଜେରା ସମ୍ମୁଖୀନ ହେବେ ବୋଲି କ୍ରାଇମବ୍ରାଚଂ ଇଏଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି । ଆଉ କିଛି କଳାକାରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ । ଚିଟଫଣ୍ଡ ଟଙ୍କାରେ କଳାକାର ବିଦେଶ ଗସ୍ତ କରିଥିବା ଇଏଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ୱାଟର ପାର୍କରେ ମଧ୍ୟ ଚିଟଫଣ୍ଡ ଟଙ୍କା ଲାଗିଛି । ଆଗ୍ରୋ ଫୁଡ ଇଣ୍ଡଷ୍ଟ୍ରିଜରେ ମଧ୍ୟ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ପ୍ରଭାସଙ୍କୁ ଜେରା ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଂଚ ।