ଓସ୍କାର ଚିଟଫଣ୍ଡ ମୁଖ୍ୟଙ୍କୁ ମାରାଥନ ଜେରା : ଚତୁର୍ଥ ଦିନରେ ଜମିଜମା କାରବାର ନେଇ ଜେରା କରିପାରେ କ୍ରାଇମବ୍ରାଂଚ

13

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ଦୁର୍ନୀତି ମାମଲାରେ ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କୁ ଆଜି ଜମିବାଡ଼ି କାରବାର ନେଇ ଜେରା କରିପାରେ କ୍ରାଇମବ୍ରାଂଚ୍ । ୫ ଦିନିଆ ରିମାଣ୍ଡରେ ଥିବା ପ୍ରଭାସଙ୍କ ପ୍ରପର୍ଟି ଡିଟେଲ୍ ନେଇ ପଚରାଉଚରା କରିବ । ଜମିବାଡ଼ି କାରବାର ନେଇ କେଉଁଠି କେତେ ଟଙ୍କା ଲାଗିଥିଲା ସେ ଉପରେ ଜେରା କରିବାର ସମ୍ଭାବନା ରହିଛି । ତେବେ ଗତକାଲି ଜେରା ବେଳେ ସମ୍ନାକୁ ଆସିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ପ୍ରଭାସର ଆଉ ୧୦ଟି ବ୍ୟାଙ୍କରୁ ମିଳିଛି ୫୦ ଲକ୍ଷ ଟଂକା । ଗୁଜୁରାଟର ୧୪ଟି ସ୍ଥାନରେ ଜମିଥିବା ନେଇ ତଥ୍ୟ ମିଳିଛି । ଓଡିଶାର ବିଭିନ୍ନ ସ୍ଥାନରେ ୨୦ ଏକର ଜମିଥିବା ନେଇ ତଥ୍ୟ ମିଳିଛି । ପ୍ରଭାସଙ୍କୁ ଜେରା ନେଇ ଏ ସମସ୍ତ ତଥ୍ୟ ଦେଇଛନ୍ତି କ୍ରାଇମବ୍ରାଂଚ୍ ସ୍ପୋଶାଲ ଡିଜି ବିକେ ଶର୍ମା ।