ନବୀନ କାଟିଲେ କେବୁଲ

47

ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କେବଲ୍ ଟିଭି ସେବାକୁ କାଟିଦେଲେ ମୁଖ୍ୟମନ୍ତ୍ରୀ । ସେବାର ମାନ ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ କନେକ୍ସନ୍ କାଟିବାକୁ ଅରଟେଲକୁ ଚିଠି ଲେଖିଲା ସଂସଦୀୟ ବ୍ୟାପାର ବିଭାଗ । ପ୍ରଶ୍ନ ଉଠୁଛି, କେବଳ କେବୁଲ୍ ଟିଭିର ସେବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଏଭଳି କଡ଼ା ପଦକ୍ଷେପ ନେଇଛି, ନା ମୁଖ୍ୟମନ୍ତ୍ରୀ ଓ ବୈଜୟନ୍ତ ପଣ୍ଡାଙ୍କ ସଂପର୍କରେ ତିକ୍ତତା ବଢ଼ିଛି ତାହା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।