କଂଗ୍ରେସର ‘ନ୍ୟାୟ’ ଯୋଜନାକୁ ନେଇ ତେଜିଲା ରାଜନୀତି ! ବିଜେପିର ଅଭିଯୋଗ ଆଜି ବି ଦେଶକୁ ଠକୁଛି କଂଗ୍ରେସ, ସେପଟେ ଯୋଜନାର କାର୍ଯ୍ୟକାରିତା ନେଇ ଉଠିଲା ପ୍ରଶ୍ନ ।

84

କନକ ବ୍ୟୁରୋ : କଂଗ୍ରେସର ମାଷ୍ଟରଷ୍ଟ୍ରୋକ ‘ନ୍ୟାୟ’ ଯୋଜନାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । କଂଗ୍ରେସ ଇସ୍ତାହାରରେ ନ୍ୟାୟ ପ୍ରସଙ୍ଗ ଉଲ୍ଲେଖ କରି ଏହା ଦ୍ୱାରା ଗରିବୀ ହଟାଇବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସ କହୁଥିବା ବେଳେ ଦେଶକୁ ଏପରି ପ୍ରତିଶ୍ରୁତି ଦେଇ କଂଗ୍ରେସ ଠକି ଚାଲିଛି ବୋଲି ବିଜେପି କହିଛି । ଅପରପକ୍ଷରେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗରିୟା ଏହି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କଂଗ୍ରେସର ନ୍ୟାୟ ଯୋଜନାକୁ ନେଇ ଜୋର ଧରୁଛି ରାଜନୀତି । ଆସନ୍ତା ନିର୍ବାଚନକୁ ନେଇ କଂଗ୍ରେସ ମାଷ୍ଟରଷ୍ଟ୍ରୋକ ଖେଳିଛି । କଂଗ୍ରେସ ଶାସନକୁ ଆସିଲେ ଦେଶର ୨୦ ପ୍ରତିଶତ ଗରିବ ଲୋକଙ୍କୁ ସର୍ବନିମ୍ନ ରୋଜଗାର ଯୋଜନା ଅଧୀନରେ ମାସିକ ୭୨ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ଏହି ଟଙ୍କା ମିଳିବ ବୋଲି କୁହାଯାଇଛି  ।

ରାହୁଲଙ୍କ ଏହି ନ୍ୟାୟ ଯୋଜନା ପାଇଁ ଟଙ୍କା କେଉଁଠ ଆସିବ ତାକୁ ନେଇ ଆଲୋଚନା ଜୋର ଧରିଛି  । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗରିୟା ମଧ୍ୟ ଏହି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି  । ସେ କହିଛନ୍ତି ଯେ, ନ୍ୟାୟ ଯୋଜନା ପାଇଁ ବଜେଟ କେଉଁଠୁ ଆସିବ ସେ ନେଇ କେହି କୌଣସି ସୂଚନା ଦେଇନାହାନ୍ôତି  । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦେଶର ୫କୋଟି ଜନତାଙ୍କୁ ମାସିକ ୭୨ହଜାର ଟଙ୍କା ହିସାବରେ ସହାୟତା ଦିଆଯାଏ ତେବେ ଏଥିପାଇଁ ୩.୬ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ  । ଏହି ପରିମାଣ କେନ୍ଦ୍ର ସରକାରଙ୍କ ବଜେଟର ୧୩ ପ୍ରତିଶତ ହେବ । କେବଳ ଏତିକି ନୁହେଁ ଏହା ପ୍ରତିରକ୍ଷା ବଜେଟଠାରୁୁ ମଧ୍ୟ ଅଧିକ ତେଣୁ ଏହା ପୂରଣ କରିବା ଅସମ୍ଭବ ବୋଲି ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ କହିଛନ୍ତି ।

ଏଭଳି ଯୋଜନା କାର୍ଯ୍ୟକାରୀ କରିବା ବର୍ତମାନ ପକ୍ଷେ ସମ୍ଭବ ନୁହେଁ ବୋଲି କହିଥିଲେ ନୀତି ଆୟୋଗ  । ବିତିୟ ନିଅଂଟଙ୍କୁ ନବଢାଇ ବର୍ଷକୁ ପ୍ରାୟ ୩ ଲକ୍ଷ ୬୦ ହଜାର କୋଟି ଗରିବଙ୍କୁ ବାଂଟିବା, ଚାନ୍ଦ ଆଣି ଦେବା ପ୍ରତିଶ୍ରୁତି ସହ ସମାନ ବୋଲି ମତ ରଖିଥିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଅପରପକ୍ଷରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ତଥା ଅର୍ଥନୈତିଜ୍ଞ ରଘୁରାମ ରାଜନ ଏହାକୁ ଭବିଷ୍ୟତ ପାଇଁ ଏକ ଭଲ ଯୋଜନା ବୋଲି କହିଥିଲେ । କଂଗ୍ରେସର ଏହି ନ୍ୟାୟ ଯୋଜନାକୁ ସମାଲୋଚନା କରିଛି ବିଜେପି । ଏହି ଯୋଜନାକୁ ନେଇ ମୁଖ୍ୟତଃ ୩ଟି ପ୍ରଶ୍ନ ଉଠୁଛି । କ’ଣ ଏହି ଯୋଜନାର ଲାଭ ସମସ୍ତଙ୍କୁ ମିଳିବ । ପାରଦର୍ଶିତା ସହ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇ ପାରିବ କି ? ଏବଂ ଏହି ଯୋଜନା ରାଜକୋଷ ପାଇଁ କୌଣସି ଚ୍ୟାଲେଂଜ ସୃଷ୍ଟି କରିବନି ତ?