କନକ ବ୍ୟୁରୋ : ଏଣିକି ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବିଭିନ୍ନ ଫି’ ଦାଖଲ ପାଇଁ ପୃଥକ କାଉଣ୍ଟର୍ ସମ୍ମୁଖରେ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ଅନ୍ଲାଇନ୍ରେ ଗୋଟିଏ କ୍ଲିକ୍ରେ ଚାଳକମାନେ ସମସ୍ତ ଫି ଦାଖଲ କରିପାରିବେ । ଏଭଳି ଏକକ ରସିଦ୍ ବ୍ୟବସ୍ଥା ଆସନ୍ତା ୧୭ ତାରିଖରୁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆରମ୍ଭ ହେଉଛି । ସୂଚନା ଅନୁଯାୟୀ, ଜନସାଧାରଣଙ୍କ ସୁବିଧା ପାଇଁ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ୧୭ରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏକକ ରସିଦ୍ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି । ଏହି ବ୍ୟବସ୍ଥା ମାଧ୍ୟମରେ ପୂର୍ବରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲର୍ଣ୍ଣି˚ ଲାଇସେନ୍ସ, ଡ୍ରାଇଭି˚ ଲାଇସେନ୍ସ, ମୋଟର ଯାନ ରେଜିଷ୍ଟ୍ରେସନ୍, ପର୍ମିଟ୍, ଫିଟନେସ୍ ପାଇଁ ପୈଠ କରାଯାଉଥିବା ଦେୟକୁ ସରଳୀକରଣ କରାଯାଇଛି ।
In order to reduce footfall in RTOs, Online Single Receipt is going to be launched from 17.12.2019. Applicants need not stand in queue in RTO counters to pay the service provider charges. Applicants can deposit both govt dues & service provider charges online in a single click. pic.twitter.com/3j5HP4T40n
— STA Odisha (@STAOdisha) December 15, 2019
ଏଣିକି ପ୍ରଚଳନ ହେବାକୁ ଯାଉଥିବା ଏକକ ରସିଦ୍ ବ୍ୟବସ୍ଥା ମାଧ୍ୟମରେ ଏସବୁ ଦେୟ ପୈଠ କରାଯିବ । ବିଭିନ୍ନ ସେବା ପାଇଁ ଆବେଦନକାରୀ ପୂର୍ବରୁ ଅନ୍ଲାଇନରେ ଦେୟ ଦେଇପାରୁଥିଲେ ମଧ୍ୟ ସେବା ପ୍ରଦାନକାରୀ ସ˚ସ୍ଥା(ସ୍ମାର୍ଟ ଚିପ୍ ଲିମିଟେଡ୍)ର ଦେୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କାଉଣ୍ଟରକୁ ଆସି ଅଲଗା ଦେବାକୁ ପଡ଼ୁଥିଲା । ବର୍ତ୍ତମାନ ଆଉ କୌଣସି ଦେୟ ଦେବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଧାଡ଼ି ଲଗାଇ ଭିଡ଼ରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।
ସୂଚନାଯୋଗ୍ୟ, ଉକ୍ତ ଏକକ ରସିଦ୍ରେ ଆଦାୟ କରାଯାଉଥିବା କାଗଜଭିତ୍ତିକ ନଥିପତ୍ର ଯଥା ଲର୍ଣ୍ଣି˚ ଲାଇସେନ୍ସ, ଡ୍ରାଇଭି˚ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଓ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଇତ୍ୟାଦି ଦେୟ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ କେସ୍ ନ˚ ୪୫୨୦ର ୨୦୧୯ର ଅନ୍ତରୀଣ ନିର୍ଦ୍ଦେଶ ଅନୁଯାୟୀ ଆଦାୟ କରାଯାଉଥିବା ସୂଚନା ମିଳିଛି ।