ରାମଲୀଳା ମୈଦାନରୁ ରାହୁଲ ଗାନ୍ଧୀଙ୍କ ହୁଙ୍କାର: ମୋ ନାଁ ରାହୁଲ ସାୱରକର ନୁହେଁ ରାହୁଲ ଗାନ୍ଧୀ…ମୁଁ ମରିଯିବି କିନ୍ତୁ କ୍ଷମା ମାଗିବିନି

457

କନକ ବ୍ୟୁରୋ: ଦିଲ୍ଲୀ ସ୍ଥିତ ରାମଲୀଳୀ ମୈଦାନରେ ଆୟୋଜିତ କଂଗ୍ରେସର ଭାରତ ବଂଚାଅ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ମହାବଳ ବାଘ-ବାଘୁଣୀ କହି ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାହୁଲ ନିଜ ଅଭିଭାଷଣରେ କହିଛନ୍ତି କି, କଂଗ୍ରେସର ସମସ୍ତ କର୍ମକର୍ତ୍ତାମାନେ କାହାକୁ ବି ଭୟ କରନ୍ତିନି । ରାହୁଲ କହିଛନ୍ତି କି, ମୋ ନାଁ ରାହୁର ସାୱରକର ନୁହେଁ , ବରଂ ମୋ ନାଁ ରାହୁଲ ଗାନ୍ଧୀ । ସେ ଦେଇଥିବା ରେପ୍ ଇନ ଇଣ୍ଡିଆ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ସତ୍ୟ ପାଇଁ ମୁଁ କେବେବି କାହା ନିକଟରେ ମୁଣ୍ଡ ନୁଆଇବି ନାହିଁ । ମୁଁ ମରିଯିବି କିନ୍ତୁ ଧମା ମାଗିବିନି । ରାହୁଲ ଗାନ୍ଧୀ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କୁ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ।

କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଦିଲ୍ଲୀ ରାମଲୀଳା ମୈଦାନରେ ଭାରତ ବଞ୍ଚାଅ ସମାବେଶ ଆୟୋଜନ କରାଯାଇଛି । ଏହି ସମାବେଶ କୃଷକ ବିରୋଧୀ ନୀତି, ମହିଳାଙ୍କ ପ୍ରତି ବଢିଥିବା ହିଂସା, ନିଯୁକ୍ତି ଓ ସମ୍ବିଧାନ ଉପରେ ଆକ୍ରମଣ ସମ୍ବଦ୍ଧରେ କରାଯାଉଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି । ସମାବେଶରେ ଭାଗ ନେବାକୁ ଦେଶର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିବାବେଳେ ସମାବେଶକୁ ସଫଳ କରାଇବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି । ଏହି ସମାବେଶରେ କଂଗ୍ରେସ ନାଗରିକ ସଂଶୋଧନ ଆଇନ ପ୍ରସଙ୍ଗ ଉଠାଇବା ସହ ଦେଶରେ ମହିଳାଙ୍କ ପ୍ରତି ଦିନକୁ ଦିନ ବୃଦ୍ଧି ପାଉଥିବା ନିର୍ଯ୍ୟାତନା ତଥା ଦୁଷ୍କର୍ମ ଉପରେ ମୋଦି ସରକାରଙ୍କୁ ଚିରାଚରିତ ଢଙ୍ଗରେ ଟାଗେର୍ଟ କରିଛନ୍ତ ରାହୁଲ ଗାନ୍ଧୀ ।

ଏଠାରେ ସୂଚନା ଥାଉ କି  ନିକଟରେ ଝାଡଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ ମେକ ଇନ ଇଣ୍ଡିଆ ନୁହେଁ ରେପ ଇନ ଇଣ୍ଡିଆ ବୋଲି କହିଥିଲେ ରାହୁଲ । ଯାହାକୁ ନେଇ ଗତକାଲି ଲୋକସଭାରେ ବିଜେପି ହଙ୍ଗାମା କରିବା ସହ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବାରମ୍ବର ଦାବି କରିଥିଲେ ।