‘ଆତ୍ମ ନିର୍ଭର ଭାରତ ଅଭିଯାନ’ରେ ଗରିବ, ଶ୍ରମିକ ଓ କୃଷକ । ଆଗାମୀ ୨ ମାସ ପାଇଁ ସମସ୍ତ ପ୍ରବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ, ୱାନ ନେସନ୍ ୱାନ ରାସନ କାର୍ଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

1,185

କନକ ବ୍ୟୁରୋ: ‘ଆତ୍ମ ନିର୍ଭର ଭାରତ ଅଭିଯାନ’ ପାଇଁ ମୋଦିଙ୍କ ୨୦ ଲକ୍ଷ କୋଟି ପ୍ୟାକେଜରେ ପ୍ରବାସୀ ଶ୍ରମିକଙ୍କୁ ଫୋକସ୍ । ଦେଶରେ ରାସନ କାର୍ଡର ନେସନାଲ ପୋର୍ଟିବିଲିଟି ଅର୍ଥାତ୍ ୱାନ ନେସନ ୱାନ କାର୍ଡ ଲାଗୁ ପାଇଁ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଚଳିତ ବର୍ଷ ଅଗଷ୍ଟ ମାସ ମଧ୍ୟରେ ୨୩ଟି ରାଜ୍ୟରେ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ଦେଶର ୮୩ ପ୍ରତିଶତ ବା ୬୭ କୋଟି ହିତାଧିକାରୀ ଏଥିରେ ଲାଭବାନ୍ ହୋଇପାରିବେ । ଏହାର ଅର୍ଥ ହେଉଛି ସେମାନେ ଦେଶର ଯେଉଁ ରାଜ୍ୟରେ ଥାଆନ୍ତୁ ନା କାହିଁକି ସେମାନେ ଖାଦ୍ୟଶସ୍ୟ ପାଇପାରିବେ ।

ସବୁଠାରୁ ବଡ଼ କଥା ହେଲା କି, ୨୦୨୧ ମାର୍ଚ୍ଚ ସୁଦ୍ଧା ଦେଶରେ ୱାନ ନେସନ୍ ୱାନ୍ ରାସନ କାର୍ଡ ଲକ୍ଷ୍ୟ ପୂରଣ ହେବ । ଏଠାରେ ଆମେ କହି ରଖୁଛି କି, ଗୋଟିଏ ରାସନ କାର୍ଡ ଦ୍ୱାରା ରାସନକାର୍ଡଧାରୀ ଦେଶର କୌଣସି ବି କୋଣରେ ରହିଲେ ବି ନିଜ ଭାଗ ରାସନ ପାଇପାରିବେ ହିତାଧିକାରୀ । ତେବେ ଦେଶରେ ପାଖାପାଖି ୮୦ କୋଟିରୁ ଅଧିକ ରାସନକାର୍ଡଧାରୀ ଅଛନ୍ତି ।

ତେବେ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହି ସ୍କିମ ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ । ପ୍ରତିବ୍ୟକ୍ତି ମାସକୁ ୫ କିଲୋ ଚାଉଳ ବା ଗହମ ଓ ପ୍ରତି ଶ୍ରମିକ ପରିବାରକୁ ମାସକୁ ୧ କିଲୋ ଡାଲି ଆସନ୍ତା ୨ ମାସ ପର୍ଯ୍ୟନ୍ତ ମିଳିବ । ଏହି ସୁବିଧା ପାଇଁ ସେମାନଙ୍କୁ କୌଣସି ରାସନକାର୍ଡ ଦେଖାଇବାକୁ ପଡ଼ିବ ନାହିଁ । ଏହି ସ୍କିମ ବାବଦରେ ସରକାର ୩୫୦୦ କୋଟି ବ୍ୟୟ କରିବେ ଓ ଏହା ଦ୍ୱାରା ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ ।