କନକ ବ୍ୟୁରୋ : ଏମାର ମଠ ଉଚ୍ଛେଦ କାର୍ଯ୍ୟ ଯେତେ ଆଗେଇ ଚାଲିଛି ସେତିକି ରହସ୍ୟ ସାମ୍ନାକୁ ଆସୁଛି । ଆଜି ଉଚ୍ଚେଦ କାମ ଆରମ୍ଭରୁ ଗୁପ୍ତ ସୁଡଙ୍ଗ ଦେଖିବାକୁ ମିଳିଥିଲା । ଆଉ ଏବେ ଆଉ ଏକ ଗୁପ୍ତ ସୁଡଙ୍ଗ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ୧୦ ଫୁଟର ଏହି ସୁଡଙ୍ଗ ମଧ୍ୟରେ ଏକ ବଡ ସିନ୍ଧୁକ ରହିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହି ସୁଡଙ୍ଗ ଭିତରକୁ ଯିବାକୁ ୩ଟି ସିଡି ଲାଗିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଏପରିକି ସୁଡଙ୍ଗ ଭିତରେ କିଛି ଘର ଥିବା ଭଳି ଜଣାପଡୁଛି ।
ତେବେ ଗୁପ୍ତ ସୁଡଙ୍ଗ ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଏମାର ମଠର ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏମାର ମଠ ଚାରିପାଖେ ପୋଲିସ ମୁତୟନ କରାଯାଇଛି । ସୁଡଙ୍ଗ ଖୋଳାଯିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/ROOM.jpg)