ପରିବେଶ ପ୍ରଦୁଷଣ ମୁକ୍ତ ପାଇଁ ନୂଆ ପଦକ୍ଷେପ । ମାଁ ପାଖକୁ ଆସିଥିବା ଓଢଣୀ କପଡାରେ ପ୍ରସ୍ତୁତ ହେଲା ୧ ଲକ୍ଷ ବ୍ୟାଗ ।

143

ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଅର୍ଥାତ ପଲିଥିନ ମୁକ୍ତ ପରିବେଶ କରିବା ପାଇଁ ନୂଆ ଏକ ପଦକ୍ଷେପ । ପନବାତା ସାହେବରେ ମାଁ ବାଲା ସୁନ୍ଦରୀ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁଙ୍କର ଦେଇଥିବା କପଡାରୁ ପ୍ରସ୍ତୁତ ହୋଇଛି ୧ ଲକ୍ଷ ବ୍ୟାଗ । ହିମାଞ୍ଚଳ ପ୍ରଦେଶର ତ୍ରିଲୋକପୁର ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ଏକ ନିଷ୍ପତି । ପଲିଥିନରେ ଭୋଗ ବଣ୍ଟାଯିବା ପରିବର୍ତ୍ତେ ମାଁଙ୍କ ଓଢଣୀରୁ ପ୍ରସ୍ତୁତ ହୋଇଥିବା ଏହି କପଡା ବ୍ୟାଗ ବା ଥଳିରେ ଶ୍ରଦ୍ଧାଳଙ୍କୁ ଭୋଗ ବଣ୍ଟାଯିବ । ଜିଲ୍ଲାର ସାନଗଡ ବ୍ଲକରେ ଥଳିର ପ୍ରସ୍ତୁତ କାର୍ୟ୍ୟ ଆରମ୍ଭ ହୋଇଯାଇଛି । ମନ୍ଦିର ଟ୍ରଷ୍ଟକୁ ଏହାର ପ୍ରସ୍ତୁତ ପାଇଁ ଦାୟୀତ୍ୱ ଦିଆଯାଇଛି । ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର କରିବାକୁ କଡାକଡି ଭାବେ ମନା କରାଯାଇଛି ଏବଂ ଲୋକଙ୍କର ପୁରୁଣା କପଡାଙ୍କୁ ମଧ୍ୟ ପ୍ରଶାସନ କାର୍ୟ୍ୟାଳୟରେ ଜମା କରିବାକୁ ଅନୁରୋଧ କରାଯାଇଛି ।

ଏହି କପଡାରେ ଥଳି ପ୍ରସ୍ତୁତ କରାଯାଇ ଲୋକଙ୍କ ମଧ୍ୟରେ ବଣ୍ଟାଯାଉଛି । ବଜାରକୁ ଗଲା ସମୟରେ ହାତରେ ପ୍ଲାଷ୍ଟିକ ବ୍ୟାଗ୍ ପରିବର୍ତ୍ତେ କପଡା ବ୍ୟାଗ ନେଇ ଯିବାକୁ ଲୋକଙ୍କୁ କୁହାଯାଇଛି । ପ୍ରଶାସନ ସୂଚନା ଅନୁଯାୟୀ, ଜିଲ୍ଲାର ପ୍ରାୟ ୧ ଲକ୍ଷ ପରିବାରକୁ ଏହି ଥଳି ଯୋଗାଇ ଦିଆଯିବ । ସାନଗଡ ବ୍ଲକରେ ୧୫ ହଜାର ପରିବାର ଥିବା ବେଳେ ସେଥିରୁ ୧୦ ହଜାର ପରିବାରକୁ ଥଳି ବଣ୍ଟାଯାଇସାରିଛି । ଜିଲ୍ଲାରେ ବୈଠକ ବସାଯାଇ ସମସ୍ତଙ୍କୁ ଏହାର ସଚେତନତାର ସୂଚନା ସହ ଥଳି ଯୋଗାଇ ଦିଆ ଯିବାର ନିଷ୍ପତି ନିଆଯାଇଛି । ଏହା ସହ କାର୍ୟ୍ୟାଳୟ ବାହାରେ ମଧ୍ୟ ବ୍ୟାନର ଲଗାଇ ଲୋକମାନଙ୍କୁ ସଚେତନ କରିବାକୁ ପ୍ରୟାସ କରାଯାଉଛି ।