ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା କେଜିଏ ସୁନା ପାଉଡର । କେରଳର ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ

539

କନକ ବ୍ୟୁରୋ: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧ କେଜି ସୁନା ଡଷ୍ଟ ଜବତ କରିଛି କଷ୍ଟମ ବିଭାଗ । ଆଉ ଜବତ ହୋଇଥିବା ସୁନା ପାଉଡରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ ବିଭାଗ ।

ସୂଚନା ଅନୁଯାୟୀ, କ୍ୱାଲାଲମପୁରରୁ ଭୁବନେଶ୍ୱରକୁ ଆସୁଥିବା ବିମାନରେ ଏହି ସୁନା ପାଉଡର ଚାଲାଣ ହେଉଥିବା ବେଳେ ଧରିଥିଲା କଷ୍ଟମ ବିଭାଗ । ସୁନା ଖଣ୍ଡକୁ ପାଉଡର କରି ବ୍ୟାଗରେ ଧରି ଆସୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରାପଡିଥିଲେ କେରଳ କୁଜିକୋଡ ଅଞ୍ଚଳର ଯୁବକ । ଲଗାତାର ଭାବରେ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଓ ସୁନା ପାଉଡର ଜବତ ହେଉଥିବାରୁ ଏହା ପଛରେ ଏକ ବଡ ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।