ଜୀବନ ନେଲା ଜଲ୍ଲୀକଟ୍ଟୁ ଉତ୍ସବ ! ମଦୁରାଇର ଅଲଙ୍ଗାନଲ୍ଲୁରରେ ଆୟୋଜିତ ଜଲ୍ଲୀକଟ୍ଟୁ ଉତ୍ସବରେ ଚାଲିଗଲା ଜଣଙ୍କ ଜୀବନ ।

380

ମଦୁରାଇର ଅଲଙ୍ଗାନଲ୍ଲୁରରେ ଆୟୋଜିତ ହୋଇଥିବା ଜଲ୍ଲୀକଟ୍ଟୁ ଉତ୍ସବ ଚାଲିଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ପରିଚୟ ୨୬ ବର୍ଷୀୟ ଶ୍ରୀଧର ନାମରେ ହୋଇଛି । ଜାନୁଆରୀ ୧୫ ରୁ ଆରମ୍ଭ ହୋଇଥିବା ଜଲ୍ଲୀକଟ୍ଟୁୁ ଉତ୍ସବର ଏହା ହେଉଛି ପ୍ରଥମ ଘଟଣା । ଷଣ୍ଢ ପଛରେ ଗୋଡାଇ ଧରିବାର ପରମ୍ପରା ମହଙ୍ଗା ପଡିଛି ଏହି ବ୍ୟକ୍ତିଙ୍କୁ ।

 

କ’ଣ ଏହି ଜଲ୍ଲୀକଟ୍ଟୁ ?

ଜଲ୍ଲୀକଟ୍ଟୁ ପୋଙ୍ଗଲ୍ ର ଏକ ଅଂଶ , ଯାହା ପୋଙ୍ଗଲ୍ ର ତୃତୀୟ ଦିନରୁ ହିଁ ଆରମ୍ଭ ହୋଇଥାଏ । ତାମିଲ୍ ଭାଷାରେ ମଟ୍ଟୁ ଶବ୍ଦର ଅର୍ଥ ହେଉଛି ଷଣ୍ଢ । ପୋଙ୍ଗଲର ତୃତୀୟ ଦିନରେ ମଇଁଷିଙ୍କୁ ପୂଜା କରାଯାଏ । ଏହି ସମୟରେ ଜଲ୍ଲୀକଟ୍ଟୁ ଆୟୋଜନ କରାଯାଏ । ତାମିଲନାଡୁରେ ୨୫୦୦ ବର୍ଷ ଧରି ଏହି ଉତ୍ସବ ପାଳନ କରାଯାଉଛି । ଏହି ଖେଳରେ ଷଣ୍ଢର ଶିଙ୍ଘରେ ନୋଟ୍ ଫସାଇ ଖେଳାଯାଇଥାଏ । ଷଣ୍ଢଙ୍କୁ ପରେ ଚିଢାଇ ଭିଡକୁ ଛାଡି ଦିଆଯାଏ ପରେ ଯୁବକମାନେ ଏହି ଲଗାମଛଡା ଷଣ୍ଢକୁ କାବୁ କରିଥାନ୍ତି । ଷଣ୍ଢକୁ ଚିଢାଇବା ପାଇଁ ତାକୁ ମଦ ପିଆଇବା ସହ ଆଖିରେ ମରିଚ ମଧ୍ୟ ମରାଯାଇଥାଏ ଏବଂ ଲାଞ୍ଜକୁ ମଧ୍ୟ ମୋଡାଯାଇଥାଏ ଯାହାଦ୍ୱାରା ସେ ଶୀଘ୍ର ଦୌଡିପାରିବ । ପଶୁମାନଙ୍କ କ୍ଷେତ୍ରରେ ଏହା କ୍ରୁରତା ମାନି ସୁପ୍ରିମକୋର୍ଟ ଏହି ଖେଳ ଉପରେ ପ୍ରତିବନ୍ଧ ଲଗାଇଥିଲେ ବି ତାମିଲନାଡୁବାସୀ ଏଥିରେ ଅଧିକ ଭାଗ ନେଉଛନ୍ତି ।