ଗୋଟିଏ ବୋତଲ ପାଣିର ମୂଲ୍ୟ ୬୫ ଲକ୍ଷ ଟଙ୍କା ! ଖୁବଶୀଘ୍ର ଭାରତୀୟ ବଜାରରେ ଲଞ୍ଚ ହେବ

62

ଜଳ ହିଁ ଜୀବନ । ପ୍ରତ୍ୟେକ ଜୀବ ପାଇଁ ଜଳ ନିତାନ୍ତ ଆବଶ୍ୟକ । ବିନା ଜଳରେ ଜୀବଜଗତର ସତ୍ତା ରହିବ ନାହିଁ । ଏପରିକି ଜଳ ଅଭାବରେ ଅନେକ ସମୟରେ ହଜାର ହଜାର ଜୀବନ ଚାଲି ଯାଇଥିବାର ନଜିର ରହିଛି । କିନ୍ତୁ ଆମେ ଆପଣଙ୍କୁ ଏମିତି ଜଳ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇଦେବ । ପ୍ରାୟତଃ ବଜାରରେ ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କାର ପାଣି ବୋତଲ ଉପଲବ୍ଧ ଥାଏ । କିନ୍ତୁ ସେହିଭଳି ଗୋଟିଏ ବୋତଲ ପାଣି ପାଇଁ ଯଦି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡେ ତେବେ ଆପଣ ଚିନ୍ତାରେ ପଡିଯିବେ ନିଶ୍ଚୟ ।

Of-Course-This-Has-Happened-Beverly-Hills-90H20-5ଆଗକୁ ଏହିଭଳି ପାଣି ବୋତଲ ଭାରତୀୟ ବଜାରରେ ଉପଳବ୍ଧ ହେବାକୁ ଯାଉଛି । ଯାହାର ଦାମ ଲକ୍ଷାଧିକ ଟଙ୍କା । କିନ୍ତୁ ଏହି ପାଣି ବୋତଲକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ଏହି ପାଣି ବୋତଲ ବହୁବର୍ଷ ତଳର ପୁରୁଣା ମଦ ଭଳି ଦେଖିବାକୁ । ଏହି ପାଣି ବୋତଲ ପାଇଁ ପ୍ରଥମେ ଆପଣଙ୍କୁ ଅର୍ଡର କରିବାକୁ ପଡିବ । ଅର୍ଡର କରିବା ପରେ କମ୍ପାନୀ ଏହି ପାଣି ବୋତଲକୁ ସିଧା ବେବରିଲେ ପାହାଡରୁ ଆପଣଙ୍କ ପାଖରେ ପହଞ୍ଚାଇବ ।

HT_designer_water_sk_150624_16x9_992କ’ଣ ରହିଛି ଏହି ମହଙ୍ଗା ପାଣି ବୋତଲରେ :
ପାଣି ବୋତଲର ମୂଲ୍ୟ ୬୫ ଲକ୍ଷ ଟଙ୍କା । କଥାଟା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ପାଣି ପଶିଥିବା ବୋତଲକୁ ଏକ ଖାସ ଶୈଳୀରେ ତିଆରି କରାଯାଇଛି । ଏହି ବୋତଲର ଠିପି ସମ୍ପୂର୍ଣ୍ଣ ଭାବେ ସୁନାରେ ତିଆରି ହୋଇଛି । ତା ସହିତ ଏହି ସୁନା ଠିପିରେ ୧୪ କ୍ୟାରେଟର ୬୦୦ ଧଳା ଓ ୨୫୦ଟି ଛୋଟ ଛୋଟ କଳା ହୀରା ଲାଗିଛି । ପ୍ରତି ବୋତଲ ପାଇଁ ସ୍ୱତନ୍ତ୍ର ଭାବେ ଏକ ପ୍ୟାକେଟ ତିଆରି ହୋଇଛି । ଏହି ପାଣି ବୋତଲ ବେବରିଲେ ହିଲ୍ସ ୯୦ଏଚ-ଟୁ-ଓ ନାଁରେ ବଜାରକୁ ପ୍ରବେଶ କରିଛି । ଗ୍ରାହକଙ୍କ ସୁବିଧା ପାଇକ କମ୍ପାନି ଏକ ବର୍ଷ ପର୍ଯ୍ୟନ୍ତ ଏହି ପାଣି ବୋତଲର ଲାଇଫଷ୍ଟାଇଲ କଲେକ୍ସନ ରଖିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ କାଲିଫର୍ଣ୍ଣିଆର ବେବଲି ହିଲ୍ସ ଠାରେ ରହିଛି । ଏହି ପାଣିକୁ କମ୍ପାନୀ ବହୁତ ଉଚ୍ଚ ପହାଡରେ ଥିବା ଝରଣାରୁ ସଂଗ୍ରହ କରିଥାଏ ।ଏହାସହ ଖୁବଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ ଏହି ପାଣି ବୋତଲ ।