ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୯୦୦ ବିମାନ ହୋଇପାରନ୍ତି ପ୍ରଭାବିତ

ଗଣତନ୍ତ୍ର ଦିବସ ପାଳନ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି

86

ଗଣତନ୍ତ୍ର ଦିବସ ପାଳନ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନହୁଏ ସେଥିପାଇଁ ସମସ୍ତ ପ୍ରକାର ପ୍ରତିଶେଧକ ମୂଳକ ପଦକ୍ଷେପ ନିଆଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଇନ୍ଧିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ କରୁଥିବା ବିମାନ ସେବା ଏହାଦ୍ୱାରା ପ୍ରଭାବିତ ହେବ ।  ଗଣତନ୍ତ୍ର ଦିବସ ପାଇଁ ପ୍ୟାରେଡର ରିହଲସଲ ଆରମ୍ଭ ହୋଇସାରିଛି । ତେଣୁ ରିହଲସଲ ପାଇଁ ପାଖାପାଖି ଦେଢ ଘଣ୍ଟା ସମୟ ବିମାନ ଉଡାଣ ଓ ଅବତରଣ ପାଇଁ ଅସୁବିଧା ହୋଇପାରେ ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି । ପାଖାପାଖି ୮ଶହରୁ ୯ ଶହ ବିମାନ ଏହାଦ୍ୱାରା ପ୍ରଭାବିତ ହେବ ।

 

ପୂର୍ବବର୍ଷ ମଧ୍ୟ ପାଖାପାଖି ୧ ହଜାର ବିମାନ ପ୍ରଭାବିତ ହୋଇଥିଲା । ତେବେ ଗଣତନ୍ତ୍ର ଦିବସ ପାଇଁ କେତୋଟି ବିମାନର ଗତିପଥ ପରିବର୍ତନ କରାଯିବ ଅର୍ଥାତ୍ ବାତିଲ କରାଯିବ ସେନେଇ ବଚାରବିମର୍ଶ ଚାଲୁଥିବା ସୂଚନା ମିଳିଛି । ଗତକିଛି ଦିନ ହେବ ଦିଲ୍ଲୀର ଆକାଶରେ ଘନ କୁହୁଡି ଲାଗିରହିଛି । ତେଣୁ ବର୍ତମାନ ସମୟରେ ନିର୍ଦ୍ଧିଷ୍ଟ କେତୋଟି ବିମାନ ଏହି କାର୍ଯ୍ୟକ୍ରମରେ ପ୍ରଭାବିତ ହେବ ସେ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ମିଳିନାହିଁ । ଏହାସହ ବିମାନ କମ୍ପାନୀଙ୍କୁ ସମସ୍ତ ପ୍ରକାର ସହାୟତା ବିମାନ ବନ୍ଦର କର୍ତୃପକ୍ଷ କରିବେ ବୋଲି ଜଣାପଡିଛି ।

 

ଏହାସହ ବିମାନ କର୍ତୃପକ୍ଷ କହିଛନ୍ତି ଯେ, ଆମେ ଚେଷ୍ଟା କରୁଛୁ କି କୌଣସି ବିମାନଯାତ୍ରୀ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ । ଏହାସହ ଦରକାର ପଡିଲେ ଆମେ ନୂଆ ସମୟସାରଣୀ ପ୍ରସ୍ତୁତ କରିବୁ ବୋଲି ସୂଚନା ମିଳିଛି । ଦେଶର ବୃହତ୍ତମ ବିମାନ ବନ୍ଦର ଭାବରେ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ପରିଚିତ । ସେହି ବିମାନ ବନ୍ଦରରେ ତିନୋଟି ଟର୍ମିନାଲ ରହିଛି । ପ୍ରତ୍ୟେକ ଦିନ ମଧ୍ୟ ଏହି ବିମାନ ବନ୍ଦରରେ ଅନେକ ଲୋକ ନିର୍ଭର କରନ୍ତି । ତେଣୁ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି ସୂଚନା ମିଳିଛି ।