କନକ ବ୍ୟୁରୋ : ମହାନଦୀ ଜଳବିବାଦ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚିଯାଇଛି। ପୂର୍ବରୁ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି ପାଇଁ ନଭେମ୍ବର ୩୦ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ, କୌଣସି କାରଣବଶତଃ ଟ୍ରିବ୍ୟୁନାଲଙ୍କ ଦ୍ବାରା ଏହି ମାମଲାର ଶୁଣାଣିକୁ ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଥିବା ଟ୍ରିବ୍ୟୁନାଲରେ ମାମଲା ପରିଚାଳନା କରୁଥିବା ଜଣେ ଆଇନଜୀବୀ ସୂଚନା ଦେଇଛନ୍ତି।

Advertisment

publive-imageଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ଗତ ସେପ୍ଟେମ୍ବର ୨୯ ତାରିଖରେ ଉଭୟ ରାଜ୍ୟରେ ଥିବା ମହାନଦୀ ସମ୍ପର୍କିତ ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲକୁ କହିଥିଲେ। ଏହାପରେ ଟ୍ରିବ୍ୟୁନାଲ ମାମଲାର ଶୁଣାଣି ନଭେମ୍ବର ୩୦କୁ ଘୁଞ୍ଚାଇ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟରେ ଥିବା ମହାନଦୀ ସମ୍ପର୍କିତ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ର ଅନୁଧ୍ୟାନ ନଭେମ୍ବର ୨୯ ସୁଦ୍ଧା ଶେଷ କରିବେ ଏବଂ କ୍ଷେତ୍ର ପରିଦର୍ଶନର ରିପୋର୍ଟ ଟ୍ରିବ୍ୟୁନାଲରେ ଉପସ୍ଥାପନ କରାଯିବ। କ୍ଷେତ୍ର ପରିଦର୍ଶନର ରିପୋର୍ଟ ଦାଖଲ ହେବା ପରେ ମହାନଦୀ ଜଳବିବାଦ ମାମଲାରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲ ରାୟ ଶୁଣାଇବାର ସମ୍ଭାବନା ରହିଛି।