କନକ ବ୍ୟୁରୋ : ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା ବେଳେ ମାଟ୍ରିକ୍ ପରୀକ୍ଷା ଦୃଷ୍ଟିରୁ ବନ୍ଦରୁ ଓହରିଯିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ତେବେ ସଂଗଠନ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଗୃହ ବିଭାଗ ପକ୍ଷରୁ ନବନିର୍ମାଣ ସଂଗଠନକୁ କୁହାଯାଇଛି, ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ସଂକ୍ରାନ୍ତରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସମସ୍ତ କେନ୍ଦ୍ରକୁ ପୂର୍ବ ଦିନ ଅର୍ଥାତ ୨୧ ତାରିଖରେ ପଠାଯିବାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ପରୀକ୍ଷା କେନ୍ଦ୍ରକୁ ଯାତାୟତ କରିବେ।
/kanak/media/post_attachments/wp-content/uploads/2018/03/11-6.jpg) ଏଣୁ ପରୀକ୍ଷାର୍ଥୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନବନିର୍ମାଣ କୃଷକ ସଂଗଠନ ବନ୍ଦ ଡାକରାରୁ ନିବୃତ୍ତ ରହୁ। ଏ ନେଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ସରକାରଙ୍କ ଏ ନେଇ ବିଧିବଦ୍ଧ ଅନୁରୋଧ ଆମ ପାଖକୁ ଆସି ନାହିଁ। ତେବେ ବନ୍ଦ ଡାକରା ନିଷ୍ପତ୍ତିରେ ସଂଗଠନ ଅଟଳ ରହିଛି। ମାଟ୍ରିକ ପରୀକ୍ଷାକୁ ଆଖି ଆଗରେ ରଖି ପରୀକ୍ଷା କାମରେ ନିୟୋଜିତ ଗାଡ଼ି ଓ ଆମ୍ବୁଲାନ୍ସକୁ ବନ୍ଦରୁ ବାଦ୍ ଦିଆଯିବ। ଅପର ପକ୍ଷରେ ୨୧ ତାରିଖ ‘ଓଡ଼ିଶା ବନ୍ଦ’କୁ ବିଜେପି ନୈତିକ ସମର୍ଥନ ଦେବ ବୋଲି ଘୋଷଣା କରିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ମତ ରଖିବା ଓ ଗଣତାନ୍ତ୍ରିକ ପ୍ରତିବାଦ କରିବା ମୌଳିକ ଅଧିକାର। ଶକ୍ତି ପ୍ରୟୋଗ କରି ଚାଷୀଙ୍କ ଗଣତାନ୍ତ୍ରିକ ଆନ୍ଦୋଳନର କଣ୍ଠରୋଧ କରିବା ବଦଳରେ ସେମାନଙ୍କ ସହ ଆଲୋଚନା କରିବାକୁ ବିଜେପି ଦାବି କରିଛି।
ଏଣୁ ପରୀକ୍ଷାର୍ଥୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନବନିର୍ମାଣ କୃଷକ ସଂଗଠନ ବନ୍ଦ ଡାକରାରୁ ନିବୃତ୍ତ ରହୁ। ଏ ନେଇ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ସରକାରଙ୍କ ଏ ନେଇ ବିଧିବଦ୍ଧ ଅନୁରୋଧ ଆମ ପାଖକୁ ଆସି ନାହିଁ। ତେବେ ବନ୍ଦ ଡାକରା ନିଷ୍ପତ୍ତିରେ ସଂଗଠନ ଅଟଳ ରହିଛି। ମାଟ୍ରିକ ପରୀକ୍ଷାକୁ ଆଖି ଆଗରେ ରଖି ପରୀକ୍ଷା କାମରେ ନିୟୋଜିତ ଗାଡ଼ି ଓ ଆମ୍ବୁଲାନ୍ସକୁ ବନ୍ଦରୁ ବାଦ୍ ଦିଆଯିବ। ଅପର ପକ୍ଷରେ ୨୧ ତାରିଖ ‘ଓଡ଼ିଶା ବନ୍ଦ’କୁ ବିଜେପି ନୈତିକ ସମର୍ଥନ ଦେବ ବୋଲି ଘୋଷଣା କରିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ମତ ରଖିବା ଓ ଗଣତାନ୍ତ୍ରିକ ପ୍ରତିବାଦ କରିବା ମୌଳିକ ଅଧିକାର। ଶକ୍ତି ପ୍ରୟୋଗ କରି ଚାଷୀଙ୍କ ଗଣତାନ୍ତ୍ରିକ ଆନ୍ଦୋଳନର କଣ୍ଠରୋଧ କରିବା ବଦଳରେ ସେମାନଙ୍କ ସହ ଆଲୋଚନା କରିବାକୁ ବିଜେପି ଦାବି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/2-15.jpg)