ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗଣମାଧ୍ୟମରେ ଚାଲିଛି ଅଭିନେତା, ନେତାଙ୍କ ଚିଟଫଣ୍ଡ ଲିଙ୍କର ଖୁଲାସା । ହେଲେ କ୍ରାଇମବ୍ରାଂଚ ସାଜିଛି କେବଳ ଦେଖଣାହାରୀ । ଅଭିନେତାରୁ ନେତା ପାଲଟିଥିବା ବିଜେଡି ନେତାଙ୍କୁ ଏଯାଏ ଜେରା କରିବାର ସାହାସ ଜୁଟାଇ ପାରିନି କ୍ରାଇମ ବ୍ରାଂଚ । ଏଭଳି ସ୍ଥିତିରେ ଶାସକ ଦଳ ତଦନ୍ତକାରୀ ସଂସ୍ଥାକୁ ପ୍ରଭାବିତ କରୁଥିବା ନେଇ ଉଠିଛି ଅଭିଯୋଗ ।
ସେପଟେ କ୍ରାଇମ ବ୍ରାଂଚର ମଙ୍ଗ ଧରିଥିବା ସ୍ୱତନ୍ତ୍ର ଡିଜି ବିଜୟ ଶର୍ମାଙ୍କୁ ସବୁ ସମୟରେ ଶାସକ ଦଳକୁ ସୁହାଇବା ପରି ତଦନ୍ତ କରୁଥିବା ଅଭିଯୋଗ ହୋଇଛି । ସିସୋର ଚିଟଫଣ୍ଡ ସମୟରେ କେବଳ କଂପାନୀ ମୁଖ୍ୟକୁ ଜେରା କରି ତଦନ୍ତ ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପକାଇଥିଲେ । ହେଲେ ସିସୋର କାର୍ଯ୍ୟକ୍ରମର ପ୍ରମୋସନ କରୁଥିବା ସାଂସଦ ଓ ମନ୍ତ୍ରୀଙ୍କ ଯାଏ କ୍ରାଇମ ବ୍ରାଂଚର ହାତ ପହଂଚିଲା ନାହିଁ ।
ଏହା ସହ ଖୋଲୁଛି ପପୁଙ୍କ ପାପ ପେଡି : ଫୋନ୍ ଯୋଗେ ଅଭିଯୋଗ ପରେ ଭିଡିଓ ପଠାଇଲେ ଅଭିନେତ୍ରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/OLLYWOOD.jpg)