ଚିଟଫଣ୍ଡ ଟଙ୍କା ଖାଇଥିବା ଲୋକ ମହାପାପୀ : ଦେବୁ ବ୍ରହ୍ମା

80

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହରିହର ଓ ଜୟୀଙ୍କ ପରେ ମୁହଁ ଖୋଲିଲେ ଆଉଜଣେ ହାସ୍ୟ ଅଭିନେତା ଦେବୁ ବ୍ରହ୍ମା । କହିଛନ୍ତି ଚିଟଫଣ୍ଡ ଟଙ୍କା ଖାଇଥିବା ଲୋକ ମହା ପାପୀ ଓ ଘୃଣ୍ୟ ବ୍ୟକ୍ତି । ତାଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ସେ ମତ ରଖିଛନ୍ତି । ଓସ୍କାର ଚିଟଫଣ୍ଡ ଟଙ୍କା ଠକେଇରେ ଓଲିଉଡ ଲିଙ୍କ ସାମ୍ନାକୁ ଆସିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦେବୁ ବ୍ରହ୍ମା । ପରୋକ୍ଷରେ ପପୁ ପମପମଙ୍କୁ ଟାର୍ଗେଟ କରିଛନ୍ତି ଦେବୁ ବ୍ରହ୍ମା । କହିଛନ୍ତି ସେହି ନିର୍ଦ୍ଦିଷ୍ଟ ହାସ୍ୟ ଅଭିନେତାଙ୍କ ପାଇଁ ଆମେ ବଜାର ଘାଟରେ ନିନ୍ଦିତ ହେଉଛୁ । ଲୋକେ ଆମକୁ ପଚାରୁଛନ୍ତି । ଏପରିକି କିଛି ଲୋକ ନିଜ ଭବିଷ୍ୟତ ସ୍ଥିତି ନଜାଣି ବୋଧହୁଏ ଏଭଳି ନିନ୍ଦିତ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ବୋଲି ସେ କଡା ଭାଷାରେ ସମାଲୋଚନା କରିଛନ୍ତି ।