କନକ ବ୍ୟୁରୋ : ମୋଦି ଓ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ବିଜେପିରେ ଆରମ୍ଭ ହୋଇଛି ମିଶ୍ରଣ ପର୍ବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ବିଜେପିରେ ମିଶିଛନ୍ତି ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ପ୍ରତାପ ପ୍ରଧାନ ଓ ଜଣାଶୁଣା ଓଲିଉଡ୍ ହାସ୍ୟ ଅଭିନେତା ହରିହର ମହାପାତ୍ର । ମୋଦି ଓ ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ସାମିଲ ହୋଇଥିବା ପ୍ରତିକ୍ରିୟା ରଖିଛନ୍ତି ।
ଯାଜପୁର, ନୟାଗଡ, ନୂଆପଡା, ଆଠଗଡ ଜିଲ୍ଲାର ଅନେକ ବିଜେଡି ଓ କଂଗ୍ରେସ ନେତାଙ୍କ ସହ ଭୁବନେଶ୍ୱରରୁ ମଧ୍ୟ ଅନେକ କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଥିବା ଦଳ ଦାବି କରିଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି , ବିଜେପିର ହାତମୁଠା ଧିରେ ଧିରେ ଟାଣ ହେଉଛି । ଉତରପ୍ରଦେଶରେ ଦଳ ଶାସନକୁ ଆସିବା ପରେ ଓଡିଶାରେ ଅନେକ ନେତା ଦଳରେ ସାମିଲ ହେଉଥିବା ଧର୍ମେନ୍ଦ୍ର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-02-19h06m21s803.png)