କନକ ବ୍ୟୁରୋ : ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନର ନୁଆ ଠିକଣା ପାଲଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଡଞ୍ଜରା ବେଳାଭୂମି । ଗତ ୨ରୁ ୩ ଦିନ ହେବ ବନବିଭାଗ କଇଁଛଙ୍କ ଗତିବିଧି ଉପରେ ନଜର ରଖିଛି । ବର୍ତମାନ ସୁଦ୍ଧା ଡଞ୍ଜରା ବେଳାଭୂମିରୁ ବନବିଭାଗ ୪୭୮ଟି ଅଣ୍ଡା ଉଦ୍ଧାର କରିଛି । ଏହି ଅଣ୍ଡାଗୁଡିକୁ ସୁରକ୍ଷିତ ସ୍ଥାନରେ ଛୁଆଜନ୍ମ ପାଇଁ ରଖାଯାଉଛି ।
ଅପରପକ୍ଷରେ କୁକୁର ତଥା ମତ୍ସ୍ୟଜୀବୀଙ୍କ ଡରରେ ବହୁ କଇଁଛ ଅଣ୍ଡା ନଦେଇ ଫେରିଯାଉଥିବା ଦେଖିବାକୁ ମିଳିଛି । ଡଗରା ବେଳାଭୂମିରେ ଧିରେ ଧିରେ କଇଁଛଙ୍କ ସଂଖ୍ୟା ବଢୁଥିବାରୁ ବନବିଭାଗ ତତ୍ପର ହୋଇପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-23-17h09m02s835.png)