ଗୋଟିଏ ଦିନରେ ଦୁଇଥର ମୃତ୍ୟୁ । ଜାଣନ୍ତୁ ପୂରା ଘଟଣା

24

ବିହାରର ଗୟାରେ ଏକ ଆଶ୍ଚର୍ୟ୍ୟ କଲା ଭଳି ଘଟଣା ଘଟିଛି । ଜଣେ ବୃଦ୍ଧଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିବା ପରେ ତାଙ୍କ ସଂପର୍କିୟମାନେ ତାଙ୍କର ଅନ୍ତିମ ସଂସ୍କାରର ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଠିକ୍ ସେତିକି ବେଳେ କିଛି ଏପରି ଘଟଣା ଘଟିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମଶାଣିରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ବୃଦ୍ଧ ଜୀବିତ ଥିବା ଜଣା ପଡ଼ିଥିଲା । ଏହା ଜାଣି ସଂପର୍କିୟମାନେ ସ୍ଥାନୀୟ ଚିକିତ୍ସକଙ୍କ ଦ୍ୱାରା ଯାଞ୍ଚ କରାଇବା ପରେ ସେ ମଧ୍ୟ ବୃଦ୍ଧ ଜୀବତ ଥିବା କହିଥିଲେ ।

ଏହି ଖବର ଶୁଣି ଖୁସି ହେବା ସହ ତାଙ୍କର ପୁନଃ ଚିକିତ୍ସା ପାଇଁ ସଂପର୍କିୟମାନେ ନାରାୟଣ ମଗଧ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ବୃଦ୍ଧଙ୍କୁ ପୁଣି ଥରେ ମୃତ ଘୋଷଣା କରିଥିଲେ । ଯାହା ଶୁଣିବା ପରେ ସଂପର୍କିୟମାନେ ନିରାଶ ହୋଇ ଘରକୁ ଫେରିଥିଲେ । ମରିବା ପରେ ବଞ୍ଚିବା ଏବଂ ପୁଣି ଥରେ ମରିଯିବା ଘଟଣା ଏବେ ବିହାରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ୮୦ବର୍ଷିୟ ବୃଦ୍ଧ ରାମକୃତ ପ୍ରସାଦ ସେମବାର ସକାଳ ୫ଟା ସମୟରେ ମୃତ୍ୟୁବରଣ କରିଥିଲେ । ଏହା ପରେ ତାଙ୍କୁ ଦିନ ୧୨ଟା ସମୟରେ ଅନ୍ତିମ ସଂସ୍କାର ପାଇଁ ମଶାଣିକୁ ନିଆଯାଇଥିଲା । ଅନ୍ତିମ ସଂସ୍କାର ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ମୁଖାଗ୍ନି ଦେବା ସମୟରେ ରାମକୃତ ଜୀବିତ ବୋଲି ଜଣାପଡ଼ିଥିଲା ।