ଆମେ ଖାଦ୍ୟ ରାନ୍ଧିବା ବେଳେ ବିଭିନ୍ନ ପ୍ରକାରର ତେଲର ଉପଯୋଗ କରିଥାଉ । ତେଲର ଆମ ଶରୀର ଉପରେ ଯଥେଷ୍ଟ ପ୍ରଭାବ ଥାଏ । ବିଶେଷ କରି କୋଲେଷ୍ଟ୍ରୋଲ ଓ ହୃଦରୋଗରୁ ରକ୍ଷା କରିବା ପାଇଁ ଖାଇବା ତେଲ ବାଛିବା ଦରକାର ।
ଆସନ୍ତୁ ଜାଣିବା କେଉଁ ତେଲ ଦେହ ପାଇଁ ଭଲ
ନଡିଆ ତେଲ : ଏଥରେ ପୋଟାସିୟମ, କ୍ୟାଲସିୟମ,ମ୍ୟାଗନେସିୟମ, ଫାଇବର, ଭିଟାମିନ-ଏ, ଭିଟାମିନ-ବି, ଓ ମିନୋରାଲ ପ୍ରଚୁର ପରିମାଣରେ ରହିଛି । ରକ୍ତ ଚାପ ଓ ହୃଦରୋଗ ପାଇଁ ଏହା ସବୁଠାରୁ ବେଶି ଉପଯୋଗୀ ।
ଜଡା ତେଲ : ଏଥିରେ ପ୍ରଚୁର ପରିମାଣର ଫ୍ୟାଟି ଏସିଡ ଥାଏ । ଯାହା ହୃଦରୋଗର ଆଶଙ୍କାକୁ କମାଇଥାଏ । ଏହା ଶରୀରରେ କୋଲେଷ୍ଟୋଲ ସନ୍ତୁଳନ ରଖିଥାଏ । ଏହା ଏକ ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବା ହେତୁ ଏଥିରେ ରୋଗ ପ୍ରତିରୋଧକ କ୍ଷମତା ରହିଥାଏ ।
ରାଶି ତେଲ : ରାଶି ତେଲରେ ମାଗ୍ନେସିୟମ, କ୍ୟାଳସିଅମ, ପ୍ରୋଟିନ, ଓ ଫସଫରସ ପ୍ରଚୁର ପରିମାଣରେ ଥାଏ । ଏହି ତେଳରେ ପ୍ରସ୍ତୁତ ଖାଦ୍ୟ ସେବନ କରିଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ତା’ଛଡା ହୃଦରୋଗୀମାନଙ୍କୁ ମଧ୍ୟ ଏହି ତେଲ ସେବନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।
ବାଦାମ ତେଲ : ଏହି ତେଳ ଖାଇଲେ ମସ୍ତିଷ୍କ କ୍ଷିପ୍ର ହୋଇଥାଏ । ତା’ଛଡା ପେଟରେ କିଛି ସମସ୍ୟା ଥିଲେ ତାହା ମଧ୍ୟ ଦୂରୀଭୁତ ହୋଇଥାଏ ।
ସୋରିଷ ତେଲ : ଏହି ତେଲରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ହୃଦରୋଗର ଆଶଙ୍କା ୭୦ ପ୍ରତିଶତ ହ୍ରାସ ପାଇଥାଏ । ଏଥିରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/cooking-oil-and-calorie-hindi-655x353.jpg)
/kanak/media/post_attachments/wp-content/uploads/2018/09/GPJ62RTEV5ECPH4GMCHO4QES7Q-300x200.jpg)