ରଜ ଲଢେଇ : ରିଲିଜ୍ ହେଲା ତିନୋଟି ଫିଲ୍ମ

158

ରଜ ବଜାରରେ ଓଲିଉଡ ଲଢେଇ । ରୁପେଲି ପଦରାରେ ଅନୁଭବଙ୍କ “ଅଗସ୍ତ୍ୟ ‘, ବାବୁସାନଙ୍କ “ଲଭ୍ ଷ୍ଟେସନ୍‘ ଓ ଅରିନ୍ଦମଙ୍କ “ପ୍ରେମରେ ପ୍ରେମରେ’। ଅନୁଭବ ନିଜ ଫ୍ୟାନମାନଙ୍କ ପାଇଁ ଭେଟିଦେଇଛନ୍ତି ଆକ୍ସନ ଫିଲ୍ମ ଅଗସ୍ତ୍ୟ । ଯେଉଁଥିରେ ଅଛି ଅନୁଭବଙ୍କ ଗ୍ୟାଙ୍ଗଷ୍ଟର୍ ଅବତାର୍ । ମୂରଲୀକ୍ରିଷ୍ଣାଙ୍କନିର୍ଦେଶିତ ଏହି ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ବଙ୍ଗୀୟ ସୁନ୍ଦରୀ ଝିଲିକ୍ ନଜର ଆସିଛନ୍ତି । ପୁଣିଥରେ ଓଡିଆ ଦର୍ଶକଙ୍କୁ ଏଂଟରଟେନ୍ କରିଛନ୍ତି ଏହି ଯୋଡି। ଅନୁଭବଙ୍କୁ ରଜରେ ଟକ୍କର ଦେଉଛନ୍ତି ଲଭର ବଏ- ବାବୁସାନ୍ । ଆଜି ରିଲିଜ୍ ହୋଇଛି ବାବୁସାନଙ୍କ ଅଭିନୀତ ଲଭ୍ ଷ୍ଟେସନ୍ ।ଏଥର ବାବୁସାନ୍ ମହାନ୍ତିଙ୍କ ଯୋଡି ଜମିଛି ଏଲିନାଙ୍କ ସହ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ସିନେମାର ନିର୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅଶୋକ ପତି ।

ଏହା ସହ ରଜ ଲଢେଇରେ ସାମିଲ ହୋଇଛି  ଓଡିଆ ଫିଲ୍ମ “ପ୍ରେମରେ ପ୍ରେମରେ‘ । ସାର୍ଥକ୍ ବ୍ୟାନରର ୧୮ ତମ ସିନେମା ଭାବେ ରଜକୁ ପରଦାକୁ ଆସିଛି ଫିଲ୍ମ ‘ପ୍ରେମରେ ପ୍ରେମରେ’ । ରୋମାଂଟିକ୍ ଯୋଡି ଅରିନ୍ଦମ ଓ ଶୀତଲଙ୍କୁ ନେଇ ‘ପ୍ରେମରେ ପ୍ରେମରେ’ର କାହାଣୀ ଗତିଶୀଳ ହେଉଛି । ଶୀର୍ଷକକୁ ଆଖିରେ ରଖି ହିଟ୍ ସଙ୍ଗୀତକାର ବିକାଶ ଦାସ ମଧ୍ୟ ଏହି ସିନେମା ପାଇଁ ଚମତ୍କାର ଗୀତ ପ୍ରସ୍ତୁତ କରିଛନ୍ତି । ସୁଧାଂଶୁ ମୋହନ ସାହୁଙ୍କ ନିର୍ଦେଶିତ ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ଅପରାଜିତା, ସାତ୍ୟକୀ ମିଶ୍ର, ଅଞ୍ଜନା,ପ୍ରଜ୍ଞା ପ୍ରମୁଖ ଅଭିନୟ କରିଛନ୍ତି ।