କନକ ବ୍ୟୁରୋ : ଚଳିତବର୍ଷ ରାଜଧାନୀ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ ନାହିଁ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରଜ୍ଞାପନ ମେଢ଼ ଚୟନକୁ ନେଇ ଗଠିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ବିଶେଷଜ୍ଞ କମିଟି ନିକଟରେ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ କମିଟି ଅନୁମୋଦନ ଦଇନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, ୨୦୧୯ ଗଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଜ୍ଞାପନ ମେଢ଼ ପାଇଁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୫ଟି ପ୍ରସ୍ତାବ ଦିଆଯାଇଥିଲା। ପ୍ରଜ୍ଞାପନ ମେଢ଼ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ‘ଗାନ୍ଧୀ କନେକ୍ଟ’ଆଧାରିତ ପ୍ରଜ୍ଞାପନ ମେଢ଼ ପ୍ରସ୍ତାବ ପଠାଇବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଥିଲ। । ଓଡ଼ିଶା ଦ୍ୱାରା ଯେଉଁ ୫ଟି ପ୍ରସ୍ତାବ ପଠାଯାଇଥିଲା ସେଥିରେ ଗାନ୍ଧୀଙ୍କ ଜୀବନୀ ଆଧାରିତ ପ୍ରଜ୍ଞାପନ ମେଢ଼ ପ୍ରସ୍ତାବ ସାମିଲ ଥିଲା। ପ୍ରଜ୍ଞାପନ ମେଢ଼ ଚୟନକୁ ନେଇ ଗଠିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ବିଶେଷଜ୍ଞ କମିଟିର ପ୍ରଥମ ବୈଠକରେ ଓଡ଼ିଶାର ପ୍ରସ୍ତାବ ଗୁଡ଼ିକ ଆଲୋଚନା କରାଯାଇଥିଲା। ହେଲେ କମିଟି ଦ୍ୱାରା ଓଡ଼ିଶାର କୌଣସି ପ୍ରସ୍ତାବକୁ ଅନୁମୋଦନ ମିଳିନି।
ସୂଚନାଯୋଗ୍ୟ, ଚଳିତବର୍ଷ ୩୨ ରାଜ୍ୟରୁ ୧୪ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ଚୟନ କରାଯାଇଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଆସାମ, କେରଳର ପ୍ରଜ୍ଞାପନ ମେଢ଼କୁ ଚୟନ କରାଯାଇନଥିବା ଜଣାପଡ଼ିଛି । ଗତ ବର୍ଷ ମଧ୍ୟ ଓଡ଼ିଶାର ‘ବ୍ରହ୍ମପୁର ଠାକୁରାଣୀ ଯାତ୍ରା’ ସମ୍ପର୍କିତ ପ୍ରଜ୍ଞାପନ ମେଢ଼ ପ୍ରସ୍ତାବ ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିଥିଲା। ଏନେଇ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Odisha-tableau-R-Day-2017.jpg)
/kanak/media/post_attachments/wp-content/uploads/2019/01/3-4-300x153.jpg)
/kanak/media/post_attachments/wp-content/uploads/2019/01/775607081-ser_6-300x186.jpg)