ମାଷ୍ଟର ସେଫ୍ ରେ ଓଡିଆ ଝିଅ ସ୍ମୃତିଶ୍ରୀଙ୍କ କମାଲ୍ : ଗଞ୍ଜାମର ଅଭିନାଶଙ୍କ ପରେ ଜାତୀୟ ସ୍ତରର ରୋଷେଇ ରିୟାଲିଟି ଶୋ’ରେ ଅନୁଗୁଳ ଝିଅ ପରଶିଲେ ହାତରନ୍ଧା

2,756

ଭାରତର ସବୁଠୁ ବଡ଼ ରୋଷେଇ ରିଆଲିଟି ସୋ ‘ମାଷ୍ଟର ସେଫ୍’ରେ ଏବେ ଆଉ ଜଣେ ଓଡ଼ିଆ । ପ୍ରଥମେ ଅଭିନାଶ ନାୟକ ତାଙ୍କ ରୋଷେଇର ଯାଦୁ ଦେଖାଇଲା ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ ସ୍ମୃତିଶ୍ରୀ ସିଂ । ବ୍ରହ୍ମପୁରର ଅଭିନାଶ ଚିକେନ୍ ବେସର କରି ବିଚାରକଙ୍କ ମନ ଜିଣିବା ପରେ ଏବେ ଅନୁଗୁଳ ସିମିଳିପଡ଼ାର ଝିଅ ସ୍ମୃତିଶ୍ରୀ ସିଂ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ଏକ ଟାସ୍କ ମାଧ୍ୟମରେ ୧୧ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍ ୧୫ ରେ ନିଜ ସ୍ଥାନକୁ ପକ୍କା କରିଛନ୍ତି ସ୍ମୃତି । ତେବେ ଏହି ଟାସ୍କରେ ତାଙ୍କ ହାତ ତିଆରି ‘କୁତୁ ଏ ପାସ୍ତା’ ବିଚାରକଙ୍କୁ ଦିୱାନା କରିଥିଲା ଏବଂ ଏହି ଟାସ୍କ ଜିତିବା ପାଇଁ ବିଚାରକଙ୍କ ପ୍ରଶ୍ନ ଥିଲା ‘କାହିଁକି ତମେ ଭାବୁଛ ତୁମେ ଏହି ମାଷ୍ଟର ସେଫ ପାଇଁ ଯୋଗ୍ୟ ବୋଲି ’ । ଆଉ ଏହାର ଉତ୍ତରରେ ସ୍ମୃତିଶ୍ରୀ କହିଥିଲେ , ମୁଁ ଚାହୁଁଛି ପୂରା ବିଶ୍ୱ ଓଡ଼ିଆ ଖାଇବାର ମଜା ନେଉ ଏବଂ ଓଡ଼ିଶା ବିଷୟରେ ଅଧିକ ଜାଣୁ । ଉତ୍ତର ମିଳିବାପରେ ସେଫ୍ ରଣବୀର ସ୍ମୃତିଶ୍ରୀଙ୍କ ମାଆଙ୍କୁ ସମ୍ବୋଧିତ କରି କହିଥିଲେ ‘ଆପ କି ବେଟି ମାଷ୍ଟର ସେଫ୍ କି ହୁଇ’ ।

ଏହା ପରେ ରିଆଲିଟି ସୋ’ର ଜଜ୍ ବିକାଶ ତାଙ୍କୁ ଆପ୍ରୋନ୍ ପିନ୍ଧାଇଥିଲେ । ୨୬ ବର୍ଷିୟା ସ୍ମୃତିଶ୍ରୀ ପେଶାରେ ଜଣେ ହୋଟେଲ ମ୍ୟାନେଜର । ସେ ଇନ୍ଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୁବନେଶ୍ୱରରୁ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛନ୍ତି । ବର୍ତ୍ତମାନ ଓଡ଼ିଶା ପାଇଁ ଗୌରବ ପାଲଟିଛନ୍ତି ଏହି ଦୁଇ ଓଡିଆ ।