ଓଡିଶା ‘କପି’ର ବିହାର ଷ୍ଟାଇଲ୍ ! ପାଚେରୀ ଚଢି କପି ଯୋଗାଇ ପିଲାଙ୍କୁ ପାଶ କରିବାକୁ ପ୍ରତିଯୋଗୀତା ।

ସେପଟେ ପରୀକ୍ଷାର ୧୦ ମିନିଟ ପରେ ଭାଇରାଲ ହେଲା ଇଂରାଜୀ ପ୍ରଶ୍ନପତ୍ର

731

କନକ ବ୍ୟୁରୋ: ଢେଙ୍କାନାଳରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଭୁବନ ବ୍ଲକ ପଳାଶପିଠା ପଂଚାୟତିରାଜ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପ୍ରାୟ ସବୁ ସେଟ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ସାମ୍ନାକୁ ଆସିଛି ସ୍କୁଲରେ କପି ଦେବାର ଚିତ୍ର । ସ୍କୁଲ ହତା ଭିତରେ ପଶି ଝରକା ପଟେ କପି ଦେଉଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି ।

ତେବେ ପରୀକ୍ଷା ନିୟନ୍ତ୍ରଣ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଏଠାରେ କିନ୍ତୁ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି, ତାହା ଏହି ଚିତ୍ର ହିଁ ବୟାନ କରୁଛି । ସେହିପରି ବଲାଙ୍ଗୀରର ଘୁନସର ବିଦ୍ୟାଳୟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି ।

ସେପଟେ, ପୁଣି ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ । ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି କୋଶ୍ଚିନ । ପରୀକ୍ଷାରୁ ୧୫ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି । ସେଟ ଏର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ସେହିପରି କଳାହାଣ୍ଡି ଭବାନୀପାଟଣାରେ ମଧ୍ୟ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ।

ପରୀକ୍ଷା ଆରମ୍ଭ ଦିନ ଓଡିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । କୋରାପୁଟ, ନୟାଗଡ, ଢେଙ୍କାନାଳ ଓ ନୂଆପଡାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପ୍ରଥମେ ଏହି ଘଟଣାକୁ ମନ୍ତ୍ରୀ ଓ ବୋର୍ଡ କର୍ତୃପକ୍ଷ ଅସ୍ୱୀକାର କରିବା ସହ ଗୁଜବ ବୋଲି କହିଥିଲେ । କିନ୍ତୁ ପରବର୍ତୀ ସମୟରେ ଏହାକୁ ଗୁରୁତର ସହ ନେଇ ୮ ଜଣଙ୍କୁ ନିଲମ୍ବିନ କରିଛି ବୋର୍ଡ । ୪ ଜଣ ସୁପରିଟେଂଡେଂଟ ଓ ୪ ଜଣ ପରୀକ୍ଷା ନିୟନ୍ତ୍ରକଙ୍କୁ ନିଲମ୍ବିତ କରିଥିଲେ ବୋର୍ଡ ଅଧ୍ୟକ୍ଷ ଜାହାନା ଆରା ବେଗମ୍ ।