କେନ୍ଦ୍ରାପଡ଼ାରୁ ବିଦା ହେବେ ବେଆଇନ୍ ଅନୁପ୍ରବେଶକାରୀ । ଏନଆରସି ଲାଗୁ ନେଇ କେନ୍ଦ୍ରକୁ ଚିଠି ଲେଖିଲା ଜଙ୍ଗଲ ଓ ପରିବେଶ ବିଭାଗ, ଡେରା ବାନ୍ଧି ବସିଛନ୍ତି ପ୍ରାୟ ୭ଲକ୍ଷ ବାଂଲାଦେଶୀ ।

୨୦୦୧ରେ ୩୦ହଜାର, ୨୦୧୯ରେ ୭ଲକ୍ଷ ଅନୁପ୍ରବେଶକାରୀ ।

463

କନକ ବ୍ୟୁରୋ : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ସତର୍କଘଂଟି । କେନ୍ଦ୍ରାପଡ଼ାରେ ଡେରା ବାନ୍ଧି ବସିଥିବା ପ୍ରାୟ ୭ଲକ୍ଷ ଅନୁପ୍ରେବଶଙ୍କୁ ସ୍ୱଦେଶ ଫେରାଇ ଦେବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । କେନ୍ଦ୍ରାପଡ଼ା ଜିଲ୍ଲାରେ ଏନଆରସି ଲାଗୁ କରିବା ନେଇ କେନ୍ଦ୍ର ସରକାରକୁ ଚିଠି ଲେଖି ଜଣାଇଛି ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ।

କେନ୍ଦ୍ରାପଡ଼ାରେ ଲାଗୁହେବ କି ଏନଆରସି ? ୨୦୦୧ରେ ୩୦ହଜାର, ୨୦୧୯ରେ ୭ଲକ୍ଷ ଅନୁପ୍ରବେଶକାରୀ । ଚିଠି ଲେଖିଲା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । କେନ୍ଦ୍ରାପଡ଼ାରେ ଛାଇ ଗଲେଣୀ ବାଂଲାଦେଶୀ ଅନୁପ୍ରବେଶକାରୀ । ବେଧଡ଼କ୍ ଭାବେ ବେଆଇନ ଭାବେ ସମୁଦ୍ର ବାଟ ଦେଇ କେନ୍ଦ୍ରାପଡ଼ାରେ ପହଁଚୁଛନ୍ତି ବାଂଲାଦେଶୀ ।

ବର୍ଷ ବର୍ଷ ଧରି ଚାଲିଛି ଏଭଳି ଅନୁପ୍ରବେଶ, ନା’ ଅଛି ସରକାରୀ କଟକଣା, ନା’ ଅଛି ଆଇନର ଅଙ୍କୁଶ । ଅନୁପ୍ରବେଶକାରୀଙ୍କ ସଂଖ୍ୟା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ସରକାରଙ୍କ ସୂଚନା ଅନୁସାରେ ୨୦୦୧ରେ କେନ୍ଦ୍ରାପଡ଼ାରେ ୩୦ହଜାର ୮ଶହ ୫୦ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା । ଏବେ ଏହି ସଂଖ୍ୟା ୭ଲକ୍ଷ ଉପରେ । ।

ଓଡ଼ିଶା ସମେତ ୧୫ଟି ରାଜ୍ୟକୁ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ୨୦୧୭ ମସିହାରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଓଡିଶାର ଚିଲିକା ଓ ଭିତରକନିକାର ଏନଆରସି ତାଲିକା ପ୍ରସ୍ତୁତ ପାଇଁ କୁହାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏକ କମିଟି ଗଠନ କରାଯାଇଥିଲା । ଆଇନଜୀବୀ ମୋହିତ ଅଗ୍ରୱାଲଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଏ ନେଇ ବାରମ୍ବାର ବୈଠକ ମଧ୍ୟ ବସିଥିଲା । ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ଏବେ ଗୃହ ବିଭାଗକୁ ଚିଠି ଲେଖିଛି । ଏନଆରସି ବା ନ୍ୟାସନାଲ ରେଜିଷ୍ଟାର ଅଫ୍ ଇଣ୍ଡିଆନ୍ ସିଟିଜେନ୍ ନିୟମ ଲାଗୁ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉ ବୋଲି କହିଛି ଜଙ୍ଗଲ ପରିବେଶ ବିଭାଗ ।

ବେଆଇନ ଭାବେ କେନ୍ଦ୍ରାପଡ଼ାରେ ମାଡିଗଲେଣି ବାଂଲାଦେଶୀ ଅନୁପ୍ରବେଶକାରୀ । ଅସ୍ତ୍ରଶସ୍ତ୍ର ଚୋରାଚାଲଣ, ବ୍ରାଉନସୁଗାର ଓ ଅନ୍ୟ ଡ୍ରଗ୍ସ କାରବାର ଭଳି ଅଭିଯୋଗ ମଧ୍ୟ ରହିଛି ଏମାନଙ୍କ ଉପରେ । ଭିତରକନିକାରେ ଜଙ୍ଗଲ ନଷ୍ଟ କରିବା ସହିତ ବେଆଇନ ଚିଙ୍ଗୁଡ଼ି ଘେରି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ହେଲେ ସେମାନଙ୍କୁ ରୋକିବାରେ ଫେଲ୍ ମାରିଛି ପ୍ରଶାସନ ।