ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଅର୍ଥ ବ୍ୟବସ୍ଥା ପାଇଁ ଆଗେଇ ଆସିଲା ଖଣି ଓ ଇସ୍ପାତ ବିଭାଗ : ୬ଟି ଖଣ୍ଡୋଲାଇଟ ଖଣିରୁ ଆଦାୟ ଅର୍ଥରେ ହେବ ପୁରୀର ବିକାଶମୂଳକ କାମ

351

କନକ ବ୍ୟୁରୋ : ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଖଣି ଟଙ୍କାରେ ହେବ ପୁରୀର ବିକାଶ । ଅର୍ଥ ବ୍ୟବସ୍ଥା ପାଇଁ ଖଣି ଓ ଇସ୍ପାତ ବିଭାଗ ଆଗେଇ ଆସିଛି । ଇସ୍ପାତ ବିଭାଗ ୬ଟି ଖଣ୍ଡୋଲାଇଟ ଖଣି ଦେଇଛି । ଓଡିଶା ଖଣି ନିଗମ ମାଧ୍ୟମରେ ଉତୋଳନ ହେବ ଲଘୁ ଖଣିଜ ପଦାର୍ଥ । ଏଥିରୁ ସଂଗୃହିତ ଅର୍ଥରେ ଅବଢା ଯୋଜନା ଦ୍ୱାରା ପୁରୀର ବିକାଶ କରାଯିବ ।

ଯାଜପୁରର ୩, ଖୋର୍ଦ୍ଧାର ୨ ଓ ପୁରୀର ଗୋଟିଏ ଖଣ୍ଡୋଲାଇଟ ଖଣିରୁ ଆଦାୟ ଅର୍ଥରେ ପୁରୀ ଐିତିହାସିକ ସହର ହେବ ।