କନକ ବ୍ୟୁରୋ: ଅନଲାଇନରେ ମିଳିବ ମଦ । କାଲି ଠାରୁ ରାଜ୍ୟରେ ଅନଲାଇନରେ ମଦ ମିଳିବ । ଆସନ୍ତାକାଲି ଠାରୁ ମଦର ହୋମ୍ ଡେଲିଭରି ନେଇ ରାଜ୍ୟ ସରକାରଙ୍କ ଅନୁମତି । ୨୪ ମେ ଅର୍ଥାତ ଆସନ୍ତାକାଲିରୁ ଏହି ନିୟମ କାର୍ଯ୍ୟକାରୀ ହେବ ।
ତେବେ କାଉଣ୍ଟରରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଲେ ନାହିଁ । ତେଣୁ ଓଡିଶା ଅବକାରୀ ନିୟମ-୨୦୧୭ରେ ଏହି ସଂଶୋଧନ କରାଯାଇଛି । ତେବେ ଅନଲାଇନରେ ମଦ କାଲିାରୁ ମିଳିବାକୁ ଥିବା ବେଳେ କଣ୍ଟେନମେଣ୍ଟ ଜୋନରେ ଏହି ସେବା ଉପଲବ୍ଧ ହେବ ନାହିଁ । କଣ୍ଟନମେଣ୍ଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ ।
ବଡକଥା ହେଉଛି ୫୦ ପ୍ରତିଶତ ବଢିଲା ମଦର ଦର । ସମସ୍ତ ପ୍ରକାର ମଦର ଦର ୫୦ ପ୍ରତିଶତ ବଢିଲା । ସ୍ପେଶାଲ କୋଭିଡ ଫି ଲଗାଇ ମଦର ଦର ବଢାଇଲେ ରାଜ୍ୟ ସରକାର । ମଦରୁ ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ ହେବ । ରିଟେଲର ଚାହିଁଲେ ମଦ ନିଜେ ହୋମ ଡେଲିଭରି କରିପାରିବେ । ଏହାସହ ଫୁଡ ଡେଲିଭରି ସଂସ୍ଥାର ମଧ୍ୟ ସହଯୋଗ ନେଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/14-750x430-1.jpg)