ମେଘାଳୟରେ ୧୫ଦିନ ହେବ ଫସି ରହିଛନ୍ତି ଶ୍ରମିକ ! ଉଦ୍ଧାର ପାଇଁ କାଲି ମେଘାଳୟ ଯିବ ୨୦ ଜଣିଆ ଓଡ଼ିଶା ଅଗ୍ନିଶମ ଟିମ୍ ।

196

କାଲି ମେଘାଳୟ ଯିବେ ଓଡ଼ିଶା ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ୍ । ମେଘାଳୟରେ ପାଖାପାଖି ୧୫ ଦିନ ହେବ କିଛି ଶ୍ରମିକ କୋଇଲା ଖଣିରେ ଫସିରହିଛନ୍ତି। ଏମାନଙ୍କ ଉଦ୍ଧାର ଏପର‌୍ୟ୍ୟନ୍ତ କରାଯାଇ ପାରୁ ନାହିଁ। ଯେଉଁଥିପାଇଁ ଆସନ୍ତାକାଲି ଓଡିଶା ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମକୁ ମେଘାଳୟ ପଠାଯିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ବି.କେ ଶର୍ମା ।

ସିଏଫଓ ସୁକାନ୍ତ ସେଠୀଙ୍କ ତତ୍ତ୍ୱାବଧାନରେ ଏହି ଅଗ୍ନିଶମ ଟିମ୍ ଗୁଡିକୁ ମେଘାଳୟ ପଠାଯିବ । ତେବେ ଏହି ଟିମ୍ ଗୁଡିକ ସ୍ପେଶାଲ୍ ଏୟାରକ୍ରାଫ୍ଟରେ ମେଘାଳୟ ଯିବେ ବୋଲି ଜଣାପଡିଛି । ସମସ୍ତ ସରଞ୍ଜାମ ନେଇ ଉଦ୍ଧାରକାର୍ଯ୍ୟରେ ସାମିଲ ହେବେ ଓଡିଶା ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ୍ । କୋଲମାଇନ୍ସରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରିବାରେ ଏହି ଟିମ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବ । ସୂଚନା ଅନୁଯାୟୀ, ମେଘାଳୟରେ ଗତ ୧୩ ତାରିଖରୁ କିଛି ଶ୍ରମିକ କୋଇଲା ଖଚ୍ଚିରେ ଫସି ରହିଛନ୍ତି ।