ଆଜି କନକ ନ୍ୟୁଜର ଓଡିଶା ଏଜୁକେସନ କନକ୍ଲେଭ -୨୦୧୯ ଉତ୍କର୍ଷ । ଯୋଗଦେବେ ପଦ୍ମଶ୍ରୀ ଗୌରୀ ଇଶ୍ୱରନଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ

240

କନକ ବ୍ୟୁରୋ: କନକ ନ୍ୟୁଜର ଅଭିନବ ପ୍ରୟାସ । ଆଜି ଆୟୋଜିତ ହେବ ଓଡିଶା ଏଜୁକେସନ କନକ୍ଲେଭ୍ ୨୦୧୯ ଉତ୍କର୍ଷ । ଏଥିରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା । ପ୍ରତିଯୋଗିତାମୂଳକ ବ୍ୟବସ୍ଥା କିଭଳି ଆମର ସୃଜନଶୀଳତାକୁ ନଷ୍ଟ କରିଦେଉଛି , ଶିକ୍ଷା କ୍ଷେତ୍ରରେ କର୍ପୋରେଟଙ୍କ କଣ ସାମିଜକ ଦାୟିତ୍ୱ ରହିଛି ଓ ପିଲାମାନଙ୍କ ପ୍ରତି ଅଭିଭାବକମାନଙ୍କର କଣ କଣ ସବୁ ଦାୟିତ୍ୱ ରହିଛି ସେ ନେଇ ଆଲୋଚନା ହେବ । ସେହିପରି ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ନୂଆ ପିଢ଼ିର ପାଠ ନେଇ ହେବ ଆଲୋଚନା । ତେବେ ସଫଳତାରେ କିଏ ପହଂଚାଏ ମେଧା ନା ଅଧ୍ୟବସାୟ ସେ ନେଇ ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବି ରଖିବେ ମତ ।

ତେବେ କନକ ନ୍ୟୁଜ ପକ୍ଷରୁ ଆଜି ଆୟୋଜିତ ହେଉଥିବା ଏହି ଏଜୁକେସନ କନକ୍ଲେଭ୍ ବା ଶିକ୍ଷା ସମ୍ମିଳନୀ, ଏଜୁକେସନାଲ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଅଟେ । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୌରୀ ଇଶ୍ୱରନ୍ ପ୍ରତିଷ୍ଠିତ ସୃଜନାତ୍ମକ ଶିକ୍ଷାବିତ୍ ଓ ପ୍ରତିଷ୍ଠାତା ଅଧ୍ୟକ୍ଷ, ଡ.ଅରୁଣ କୁମାର ସାହୁ, ଶ୍ରୀଯୁକ୍ତ ସମୀର ରଂଜନ ଦାଶ, ଡ. ବିଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।