କନକ ବ୍ୟୁରୋ : ବଦଳିଲେ ରାଜ୍ୟ ପୋଲିସ ଡିଜି ବିକେ ଶର୍ମା । ବିଜୟ ଶର୍ମାଙ୍କୁ ପଦରୁ ହଟାଇଲେ ରାଜ୍ୟ ସରକାର । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବାସଗୃହ ଓ ବିଲ୍ଡିଂ ପାଇଁ ଅଗ୍ନି ନିରାପତ୍ତା ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇଁ ଦୀର୍ଘଦିନ ଧରି ଅଗ୍ନିଶମ କାର୍ଯ୍ୟାଳୟରେ ଫାଇଲ୍ ପଡ଼ି ରହୁଥିବା ଅଭିଯୋଗ ଆସିଥିଲା । ତେଣୁ ସରକାର ଏନେଇ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ବିକେ ଶର୍ମାଙ୍କ ବଦଳି ପରେ ଆଇପିଏସ୍ ଅଧିକାରୀ ଅଭୟ ହୋଇଛନ୍ତି ନୂଆ ଡିଜିପି । ସେହିପରି ବିଜୟ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ସୁନୀଲ ରୟ ହୋଇଛନ୍ତି ହୋମଗାର୍ଡ ଓ ଅଗ୍ନିଶମ ଡିଜି । ସେହିପରି ସତ୍ୟଜିତ୍ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଦାୟିତ୍ୱ ତୁଲାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/h.jpg)