କନକ ବ୍ୟୁରୋ: ଲୋକସଭା ଓ ବିଧାନସଭା ନିର୍ବାଚନରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ରାଜ୍ୟ କଂଗ୍ରେସ କସରତକୁ ଜୋରଦାର କରିଛି । ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପ ଦେବାକୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ନିର୍ବାଚନ କମିଟି, ପିଇସିର ବୈଠକ ଚାଲିଛି । ପିଇସି ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବ ମାର୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା କଂଗ୍ରେସ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି ।
ଏଆଇସିସି ସ୍କ୍ରିନିଂ କମିଟି ଏହାପୂର୍ବରୁ ଓଡିଶା ଗସ୍ତରେ ଆସି ବିଭିନ୍ନ ନିର୍ବାଚନମଣ୍ଡଳୀର ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଏ ନେଇ ନେତାଙ୍କ ମତାମତ ବି ନିଆଯାଇଥିଲା । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦେଇ ପିଇସି ନିଷ୍ପତି ନେବା ପରେ ଏହାକୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିକୁ ପଠାଯିବ । ସ୍କିନିଂ କମିଟିର ଅନୁମୋଦନ ପରେ ପ୍ରାର୍ଥୀ ତାଲିକା ଘୋଷଣା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Ticket.jpg)
/kanak/media/post_attachments/wp-content/uploads/2019/03/3ddc8227-5fcf-4d7f-a1df-0095384f3fb0-300x225.jpg)