ଆଇପ୍ୟାଡ ପଢି କଣ ଘୋଷଣା କଲେ ଅର୍ଥମନ୍ତ୍ରୀ ? ଚଳିତ ବଜେଟରେ କଣ ରହିଛି ବଡ କଥା ? ପଢନ୍ତୁ ବଜେଟର ୧୨ ପଏଣ୍ଟ

565

କନକ ବ୍ୟୁରୋ: ଉପସ୍ଥାପିତ ହୋଇଛି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡିଶା ବଜେଟ । ବିଧାନସଭାରେ ଆଇପ୍ୟାଡ ପଢି ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପେପରଲେସ କରି ଗ୍ରୀନ ବଜେଟ କରିବାକୁ ଏଥର ଇ-ବଜେଟ ବ୍ୟବସ୍ଥା କରାଯାଇଛି । ତେବେ କଣ ରହିଛି ଏଥର ବଜେଟ ହାଇଲାଇଟ୍ସ ନଜର ପକାନ୍ତୁ…

୧- ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମୋଟ ବଜେଟର ପରିମାଣ ୧ ଲକ୍ଷ ୫୦ ହଜାର କୋଟି
୨- ଚଳିତ ବଜେଟକୁ ପେପରଲେସ କରାଯାଇ ଇ-ବଜେଟ ଅର୍ଥାତ ଆଇପ୍ୟାଡରେ ଉପସ୍ଥାପନ କରାଯାଇଛି । ଯାହା ଫଳରେ ୧୦୦୦ ଗଛକୁ ରକ୍ଷା କରାଯାଇ ପାରିଛି ।
୩- କୃଷି ପାଇଁ ଚଳିତ ବର୍ଷ ୧୯, ୪୦୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
୪- କୃଷକଙ୍କ ଆୟକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ‘ସମୃଦ୍ଧି କୃଷିନୀତି ୨୦୨୦’ ଘୋଷଣା କରାଯାଇଛି ।
୫- ‘କାଳିଆ’ ଯୋଜନା ପାଇଁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ । ଯୋଜନାରେ ୪୩ ଲକ୍ଷ କୃଷକଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଇଛି ।
୬- କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୦୫ କୋଟି । ଏବଂ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୭୦୦ କୋଟି ବ୍ୟୟବରାଦ
୭- ବିଧାୟକଙ୍କ ହାତପାଣ୍ଠିକୁ ୩ କୋଟିକୁ ବଢାଯାଇଛି । ୧ କୋଟିରୁ ସିଧା ୩ ଗୁଣ ବୃଦ୍ଧି କରାଯାଇଛି ।
୮- ବଜେଟରେ ଜଙ୍ଗଲ ଓ ପରିବେଶ, ପର୍ଯ୍ୟଟନ, ଶିଳ୍ପ ଏବଂ ଆଇଟି କ୍ଷେତ୍ରକୁ ଅଧିକ ଫୋକସ କରାଯାଇଛି ।


୯- ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପାଇଁ ୭ ଜହାର ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ
୧୦- ବଜେଟରେ ପୁରୀ-ଲିଙ୍ଗରାଜ ମନ୍ଦିରକୁ ଫୋକସ । ଉଭୟ ମନ୍ଦିରର ବିକାଶ ପାଇଁ ‘ଅବଢ଼ା’ ଯୋଜନାରେ ୬୯୫ କୋଟି ବ୍ୟୟବରାଦ ।
୧୧- ସହରାଞ୍ଚଳର ବିକାଶ ପାଇଁ ଉନ୍ନତି ଯୋଜନାରେ ୩୫୧ କୋଟି ଏବଂ ସ୍ମାର୍ଟ ସିଟି ମିଶନ ପାଇଁ ୨୦୦ କୋଟି ବ୍ୟୟବରାଦ
୧୨- ନ୍ୟୁଟ୍ରିସନ ବଜେଟ ପାଇଁ ମୋଟ ୨୩ ହଜାର ୭୫୪ କୋଟି