ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଓଡିଶା ପୁରୁଷ ହକି ବିଶ୍ୱକପର ଲୋଗୋ

6

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଓଡିଶା ପୁରୁଷ ହକି ବିଶ୍ୱକପର ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କଟ ଓ ଲୋଗୋକୁ ଉନ୍ମୋଚନ କରିବା ସହ ହକି ବିଶ୍ୱକପ ପାଇଁ କାଉଂଟ ଡାଉନ ଆରମ୍ଭ ହୋଇଛି । ଏଥିସହ ବିଭିନ୍ନ ବର୍ଗରେ ପ୍ରତିଭାବାନ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି ।

୨୦୧୮ ହକି ବିଶ୍ୱକପରେ ୧୬ଟି ଟିମ୍ ଭାଗ ନେଉଛନ୍ତି । ଯାହା ଡିସେମ୍ବର ୧ରୁ ୧୦ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନ ଅପରାହ୍ନରେ ଜର୍ମାନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେଉଥିବାବେଳେ ସଂଧ୍ୟାରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ହକି ଟିମ୍ । ତେବେ ନଭେମ୍ବର ୨୮ ତାରିଖରୁ ଅଭ୍ୟାସ ମ୍ୟାଚ ଆରମ୍ଭ ହୋଇସାରିଛି । ଯେଉଁଥିରେ ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

Comments are closed.