କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଓଡିଶା ପୁରୁଷ ହକି ବିଶ୍ୱକପର ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କଟ ଓ ଲୋଗୋକୁ ଉନ୍ମୋଚନ କରିବା ସହ ହକି ବିଶ୍ୱକପ ପାଇଁ କାଉଂଟ ଡାଉନ ଆରମ୍ଭ ହୋଇଛି । ଏଥିସହ ବିଭିନ୍ନ ବର୍ଗରେ ପ୍ରତିଭାବାନ ଖେଳାଳିଙ୍କୁ ପୁରସ୍କୃତ କରାଯାଇଛି ।
୨୦୧୮ ହକି ବିଶ୍ୱକପରେ ୧୬ଟି ଟିମ୍ ଭାଗ ନେଉଛନ୍ତି । ଯାହା ଡିସେମ୍ବର ୧ରୁ ୧୦ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନ ଅପରାହ୍ନରେ ଜର୍ମାନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେଉଥିବାବେଳେ ସଂଧ୍ୟାରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ହକି ଟିମ୍ । ତେବେ ନଭେମ୍ବର ୨୮ ତାରିଖରୁ ଅଭ୍ୟାସ ମ୍ୟାଚ ଆରମ୍ଭ ହୋଇସାରିଛି । ଯେଉଁଥିରେ ଭାରତୀୟ ହକି ଦଳ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/Screen-shot-2017-11-29-at-9.51.25-PM.png)