ରଣଜୀ ଟ୍ରଫି : ଛତିଶଗଡ଼ ବିପକ୍ଷରେ ଓଡିଶାର ରୋମାଞ୍ଚକର ବିଜୟ । ବ୍ୟାନ୍ ପରେ ରାଜେଶଙ୍କ ଦମଦାର ବୋଲିଂ, ଏକାକି ନେଲେ ୧୦ଟି ୱିକେଟ୍ । 

491

କନକ ବ୍ୟୁରୋ : ଛତିଶଗଡ ବିପକ୍ଷରେ ଟିମ୍ ଓଡିଶାର ଦମଦାର ବିଜୟ । ବିଜୟରୁ ରଣଜୀ ଅଭିଯାନ ଆରମ୍ଭ କଲା ଓଡିଶା । ରାୟପୁରର ସହିଦ ବୀର ନାରାୟଣ ସିଂହ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଛତିଶଗଡ ଏବଂ ଓଡିଶା ରଣଜୀ ମୁକାବିଲାରେ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱଧୀନ ଟିମ୍ ଓଡିଶା ଗୋଟିଏ ପାଳି ଏବଂ ୩ ରନରେ ଛତିଶଗଡକୁ ପରାସ୍ତ କରିଛି । ଆଉ ଏହି ମ୍ୟାଚରେ ସମସ୍ତଙ୍କ ମନ ଜିଣିଛନ୍ତି ବାସନ୍ଦରୁ ଫେରିଥିବା ରାଜେଶ ମହାନ୍ତି । ଦୁଇଟି ପାଳିରେ ଦମଦାର ବୋଲିଂ କରିବା ସହ ୧୦ଟି ୱିକେଟ୍ ଅକ୍ତିଆର କରିଛନ୍ତି ରାଜେଶ ।

ସବୁଠାରୁ ବଡ କଥା ହେଉଛି ଦୀର୍ଘ ଦିନ ଧରି ବାସନ୍ଦ ରହିବା ପରେ ରାଜେଶଙ୍କ ଏଭଳି ପ୍ରଦର୍ଶନ ସମସ୍ତଙ୍କ ମନ ଜିଣିପାରିଛି । ବାସନ୍ଦରୁ ଫେରିବା ପରେ ଏହି ମ୍ୟାଚ୍ ଥିଲା ରାଜେଶଙ୍କ ପ୍ରଥମ ରଣଜୀ ମୁକାବିଲା । ଆଉ ଏଥିରେ ପ୍ରଥମ ଇନିଂସରେ ୬ଟି ଏବଂ ଦ୍ୱିତୀୟ ଇନିଂସରେ ୪ଟି ଓି୍ୱକେଟ୍ ଅକ୍ତିଆର କରିଛନ୍ତି ରାଜେଶ ।

ଏହି ହାଇଭୋଲଟେଜ୍ ମ୍ୟାଚରେ ପ୍ରଥମେ ଟସ୍ ଜିତି ଓଡିଶା ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ରାଜେଶ ମହାନ୍ତି ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ (୬/୪୭) କରିବାରୁ ଛତିଶଗଡ଼ ପ୍ରଥମ ପାଳି ୧୩୪ ରନ୍ରେ ସୀମିତ ରହିଥିଲା। ଏହା ପରେ ଓଡିଶା ସୁଜିତ ଲେଙ୍କାଙ୍କ ଅର୍ଦ୍ଧଶତକ ବଳରେ ୨୧୫ ରନ କରିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ଭୁଷୁଡି ପଡିଥିଲା ଛତିଶଗଡର ବ୍ୟାଟିଂ ଲାଇନ୍ । ରାଜେଶ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି ଲେଖାଏଁ ଓି୍ୱକେଟ ଅକ୍ତିଆର କରି ଛତିଶଗଡର ବ୍ୟାଟିଂ ଲାଇନକୁ ଦୋହଲାଇ ଦେଇଥିଲେ । ଶେଷରେ ଗୋଟିଏ ପାଳି ଏବଂ ୩ ରନରେ ବିଜୟ ହାସଲ କରିଛି ଓଡିଶା ।