ଆଜି ବି ଶୀତ ଅଧିବେଶନ ଗରମ: ସ୍ମିତାରାଣୀ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଦିନ ୧୨ ଯାଏଁ ଗୃହ ମୁଲତବି

190

କନକ ବ୍ୟୁରୋ: ଆଜି ବି ଗୃହ ଆରମ୍ଭରୁ ଗରମ । ବିଧାନସଭା ଶୀତ ଅଧିବେଶନର ୨ୟ ଦିନରେ ବି ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ସ୍ମିତାରାଣୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗଗ୍ରସ । ନାରୀ ସୁରକ୍ଷା କଥା ଉଠାଇ ଗୃହର ମଧ୍ୟ ଭାଗରେ ହୋହଲ୍ଲା, ନାରାବାଜି କରିଛନ୍ତି କଂଗ୍ରେସ ବିଧାୟକ ।

ତେବେ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ଦାବି କରି ଗୃହରେ ହଙ୍ଗାମା କରିଛି କଂଗ୍ରେସ । ସେପଟେ ନାରୀ ସୁରକ୍ଷା ପ୍ରସଙ୍ଗ ଓ ସ୍ମିତାରାଣୀ ପ୍ରସଙ୍ଗରେ ବିଜେପି ପ୍ଲାକାର୍ଡ ଧରି ପ୍ରତିବାଦ କରିଛି । ବିଜେପି ସଦସ୍ୟ ଗୃହର ମଧ୍ୟଭାଗରେ ରହି ହୋହଲ୍ଲା କରିଛନ୍ତି । ଆଉ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

ସେପଟେ ଗତକାଲି ବି ଶୀତ ଅଧିବେଶନ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ । ଆରମ୍ଭ ଦିନ ହିଁ କେବଳ ହଙ୍ଗାମା ହଙ୍ଗାମାରେ ସରି ଯାଇଥିଲେ ପ୍ରଥମ ଦିନ ।