କନକ ବ୍ୟୁରୋ: ବଦଳିବ ବିଧାନସଭାର ଚିତ୍ର । ଭାରତର ସବୁଠୁ ଅତ୍ୟାଧୁନିକ ବିଧାନସଭା ହେବ ଓଡିଶା ବିଧାନସଭା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଏମଏଲଏ କଲୋନୀର କିଛି ଅଂଶ ଭଙ୍ଗାଯିବ । ସେହିସ୍ଥାନରେ ତିଆରି ହେବ ମାଂଟେସରୀ କ୍ୱାର୍ଟର୍ସ । ଏହି କାମରେ ଖର୍ଚ୍ଚ ହେବ ୪୦୦ କୋଟି ଟଙ୍କା । ପ୍ରାୟ ୧୪୦ଟି କ୍ୱାଟର ତିଆରି ହେବ । ଏହି କ୍ୱାଟରରେ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିସହ ଏକ କଲ୍ୟାଣ ମଣ୍ଡପ ନିର୍ମାଣର ଯୋଜନା ମଧ୍ୟ ରହିଛି । ଏଥିସହ ମର୍ଣ୍ଣି ୱାର୍କ ପାଇଁ ମଧ୍ୟ ସ୍ଥାନ ତିଆରି ହେବ ।
ରାଜଧାନୀରେ ଏମଏଲଏ କଲୋନିର ରୂପରେଖ ବଦଳିବ | ୭ ମହଲା କୋଠାରେ ୧୪୦ଜଣ ବିଧାୟକଙ୍କ ରହିବାଲାଗି ପାଇଁ ସ୍ବତନ୍ତ୍ର ସରକାରୀ ଘର ତିଆରି ହେବ। ଏଥିରେ ମର୍ଣ୍ଣିଂ ୱାକ୍ ପାଇଁ ସୁବିଧା ରହିବ। ତା’ସାଙ୍ଗକୁ କଲ୍ୟାଣ ମଣ୍ଡପ ବି ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏଥିପାଇଁ ଏମଏଲଏ କଲୋନିର କିଛି ଅଂଶ ମଧ୍ୟ ଭଙ୍ଗାଯିବ ବୋଲି ସେ କହିଛନ୍ତି। ଏହା ବାବଦରେ ୪୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମଧ୍ୟ କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର।ଏହି ଯୋଜନାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ନିକଟରେ ବିଧାନସଭା ନବୀକରଣ ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଥିଲା। ରାଜଧାନୀରେ ୧୪୭ଟି ବିଧାୟକ କ୍ବାର୍ଟର୍ସ ଥିବା ବେଳେ ଏଥିରୁ ଅଧା କ୍ବାର୍ଟର୍ସକୁ ଭାଙ୍ଗି ସେଠାରେ ବହୁତଳ ବିଶିଷ୍ଟ କ୍ବାର୍ଟର୍ସ ନିର୍ମାଣ କରିବାକୁ ବାଚସ୍ପତି କହିଥିଲେ । ରାଜ୍ୟ ସରକାର ଏମଏଲଏ କଲୋନିରେ ଥିବା (ରାଜ୍ୟ ଅତିଥି ଭବନ ସମ୍ମୁଖ) ଗୋଟିକିଆ କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗି ସେଠାରେ ବହୁତଳ କ୍ବାର୍ଟର୍ସ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏଠାରେ ପ୍ରାୟ ୬୦ରୁ ଅଧିକ ଗୋଟିକିଆ କ୍ବାର୍ଟର୍ସ ଥିବା ବେଳେ ଏହାକୁ ଭାଙ୍ଗିବାକୁ ଯୋଜନା ହେଉଛି। ନୂଆଦିଲ୍ଲୀରେ ସାଂସଦମାନଙ୍କୁ ଫ୍ଲାଟ୍ ଯୋଗାଇବା ଯୋଜନା ଭଳି ଏଠାରେ ବିଧାୟକଙ୍କୁ ଫ୍ଲାଟ୍ ଦେବାକୁ ଯୋଜନା ହୋଇଛି। ଏହାବାଦ୍ ବିଧାୟକଙ୍କୁ ଦେଖା କରିବାକୁ ଆସୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ରୁମ୍, ସମ୍ମିଳନୀ କକ୍ଷ, ଗେଷ୍ଟ ହାଉସ୍ ଆଦି ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/ODISHA-1.jpg)