କନକ ବ୍ୟୁରୋ: ଆଜି ବି ଚାଲିପାରିଲାନି ବିଧାନସଭା । ଦ୍ୱିତୀୟ ଦିନରେ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଉଠିଲା ପଡିଲା ବିଧାନସଭା । ଆରମ୍ଭରୁ ବିରୋଧୀମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରି ହୋହାଲ୍ଳା କରିଛନ୍ତି ବିରୋଧୀ । ଗୃହ ନଚାଲିପାରିବାରୁ ଅପରାହ୍ନ ୩ଟା ଯାଏଁ ମୂଲତବୀ କରିଛନ୍ତି ଉପବାଚସ୍ପତି । ସୁପ୍ରିମକୋର୍ଟରେ ସରକାର ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରି ବିରୋଧୀ ଗତକାଲି ମଧ୍ୟ ହଙ୍ଗାମା କରିଥିଲେ ।
ସେପଟେ ଶାସକ ଦଳ ଯୁକ୍ତି ବାଢିଥିଲା ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲୋକାଯୁକ୍ତ ନିଯୁକ୍ତି ନେଇ ପଦକ୍ଷେପ ନେଇଛନ୍ତି । ଅଯଥାରେ ଏହାକୁ ନେଇ ରାଜନୀତି କରୁଛି ବିରୋଧୀ ଦଳ । ଶାସକ ଦଳର ମୁଖ୍ୟ ସଚେତକ ଅମର ଶତପଥୀ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । କହିଥିଲେ , ସରକାର ସୁପ୍ରିମ କୋର୍ଟରେ ଭୁଲ ତଥ୍ୟ ଦେଇନାହାନ୍ତି । ଲୋକାୟୁକ୍ତ ନିଯୁକ୍ତି ନେଇ ବିଜ୍ଞାପନ ପାଇଁ ପଦକ୍ଷେପ ନିଆଯାଉଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରେ ରାଜ୍ୟ ସରକାର ସଂଶୋଧନ ପାଇଁ ଆବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-28-at-11.01.31-AM.png)
/kanak/media/post_attachments/wp-content/uploads/2018/04/Screen-shot-2018-04-28-at-11.01.48-AM-300x238.png)