ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ମାର୍ଚ୍ଚ ୧୧ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ।

89

କନକ ବ୍ୟୁରୋ: ସରିଲା ବଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ତେବେ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହେବା ପରେ ସାଧାରଣ ବଜେଟକୁ ନେଇ ଆଲୋଚନା ସରିଛି । ଏହାକୁ ନେଇ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ବିବୃତି ରଖି ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି ।

ଦୁଇଟି ପର୍ଯ୍ୟାୟ ଯଥା: ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୪ରୁ ୨୬ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ରୁ ଏପ୍ରିଲ୍ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାର୍ଯ୍ୟସୂଚୀ ପୂର୍ବରୁ ସ୍ଥିର ହୋଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପିତ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିରୋଧୀ ଶାସକକୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିବାବେଳେ ଶାସକ ଦଳ ମଧ୍ୟ ପୂରା ଚିଠା ଗୃହରେ ଉପସ୍ଥାପନ କରି ବିରୋଧୀଙ୍କ ବାଣରୁ ବତ୍ତିବାପାଇଁ ବାଟ କାଢ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଏପ୍ରିଲ୍ ୯ ତାରିଖରେ ଶେଷ ହେବ ।